ଏବେ ବି ରହସ୍ୟ ଘେରରେ ନବ ଦାସଙ୍କ ହତ୍ୟା ପଛର ପ୍ରକୃତ କାରଣ: ଚାର୍ଜସିଟରେ କଣ ରହିଛି ଉଲ୍ଲେଖ...

Advertisment
ଏବେ ବି ରହସ୍ୟ ଘେରରେ ନବ ଦାସଙ୍କ ହତ୍ୟା ପଛର ପ୍ରକୃତ କାରଣ: ଚାର୍ଜସିଟରେ କଣ ରହିଛି ଉଲ୍ଲେଖ...

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଏ ସମ୍ପର୍କରେ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଆଉ ବ୍ୟକ୍ତିଗତ କାରଣରୁ ଗୋପାଳ ନବ ଦାସଙ୍କ ହତ୍ୟା କରିଥିଲା ବୋଲି ଚାର୍ଜସିଟ୍ରେ ଦର୍ଶାଇଛି କ୍ରାଇମବ୍ରାଂଚ ।

ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ କାହିଁକି ହତ୍ୟା କରିଥିଲା? ହତ୍ୟା ପଛର କାରଣ କଣ? ସେ ନେଇ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟ୍ରେ ଯାହା ଉଲେଖ କରାଯାଇଛି, ତାହା ରହସ୍ୟକୁ ଖୋଲିବା ବଦଳରେ ଗୋଳମାଳିଆ କରି ଦେଇଛି । କ୍ରାଇମବ୍ରାଂଚ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟର ତଥ୍ୟ ଅନୁସାରେ,

କ୍ରାଇମବ୍ରାଂଚର ଚାର୍ଜସିଟରେ ଉଲ୍ଲେଖ..
- ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା
- ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲା
- ଜୀବନ ପ୍ରତି ବିପଦ ଥିବା ଗୋପାଳ ମନରେ ଧାରଣା ସୃଷ୍ଟି ହୋଇଥିଲା
- ତେଣୁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗୋପାଳ ମନସ୍ଥ କରିଥିଲା
- ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଓ ତାକୁ କାର୍ଯ୍ୟକାରୀ କରିଥିଲା

ତେବେ ଗୋପାଳ ମନରେ କାହିଁକି ଏଭଳି ଆକ୍ରୋଶ ସୃଷ୍ଟି ହୋଇଥିଲା, ବା ରାଗ ସୃଷ୍ଟି ହୋଇଥିଲା? କେଉଁ କାରଣ ପାଇଁ ସେ ନବଙ୍କ ପଟୁ ବିପଦ ଆଶଙ୍କା କରୁଥିଲା, ସେ ସମ୍ପର୍କରେ ଚାର୍ଜସିଟରେ କୌଣସି କଥା ଉଲ୍ଲେଖ କରାଯାଇନାହିଁ ।

ନବ ଦାସ ରାଜ୍ୟ କ୍ୟାବିନେଟର ଜଣେ ବଡ ମନ୍ତ୍ରୀ ଥିଲେ । ଯାହାଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଥିଲା । ପଶ୍ଚିମଓଡିଶାରେ ଯାହାର ଦବଦବା ଥିଲା । ରାତି ପାହିଲେ ଯିଏ ବଡ ବଡ ପୋଲିସ ଅଧିକାରୀଙ୍କ ସହ ଉଠବସ କରୁଥିଲେ । ତାଙ୍କ ସହ ଜଣେ ସାଧାରଣ ଏଏସଆଇ ଅର୍ଥାତ ଗୋପାଳଙ୍କର କି ପ୍ରକାର ବ୍ୟକ୍ତିଗତ ଶତ୍ରୁତା ଥିଲା ? ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିି । କେବଳ ଏତିକି ନୁହେଁ ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ଗୋପାଳ କାହିଁକି ବିପଦ ଥିଲା ବୋଲି ଭାବୁଥିଲା? ନବ ଦାସଙ୍କ ସମେତ ଆଉ କେଉଁ ସମର୍ଥକଙ୍କ ପଟୁ ବିପଦ ଥିଲା ବୋଲି ଗୋପାଳ ଆଶଙ୍କା କରୁଥିଲେ? ସେ ନେଇ ମଧ୍ୟ କ୍ରାଇମବ୍ରାଂଚ କିଛି ସୂଚନା ଦେଇନାହିଁ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି,

- ପୂର୍ବରୁ କେବେ ନବ ଦାସଙ୍କର ଗୋପାଳଙ୍କ ସହ କିଛି ଗଣ୍ଡଗୋଳ ହୋଇଥିଲା କି?
- ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ରହିଥିଲା କି?
- ଯଦି ବିବାଦ ଥିଲା ସେହି ବିବାଦଟି କଣ?
- ନବ ଦାସ ଗୋପାଳଙ୍କୁ କେବେ, କୌଣସି ଧମକ ଦେଇଥିଲେ କି?
- କେଉଁ କାରଣ ପାଇଁ ବ୍ୟକ୍ତିଗତ ରାଗ ସୃଷ୍ଟି ହୋଇଥିଲା?

ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ହିଁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି ହତ୍ୟା ପଛର କାରଣ କଣ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ହତ୍ୟା ପଛରେ ବଡ ଷଡଯନ୍ତ୍ର ଥିବା ବିରୋଧୀ ଅଭିଯୋଗ କରିଥିଲେ । ତାପରେ ହତ୍ୟାର କାରଣ ଖୋଜିବା ପାଇଁ କ୍ରାଇମବ୍ରାଂଚକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ନବ ଦାସଙ୍କ ହତ୍ୟାର ୧୧୮ଦିନ ପରେ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟରେ ଯେଉଁ କାରଣ ଦର୍ଶାଯାଇଛି ତାହା ରହସ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe