କନକ ବ୍ୟୁରୋ : ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ପୂର୍ବ ପରି ରେପୋ ରେଟ୍ ୪ ପ୍ରତିଶତ ରହିବ । ସେହିପରି ରିଭର୍ସ ରେପୋ ରେଟରେ ମଧ୍ୟ କୌଣସି ପରିବର୍ତନ କରାଯାଇନାହିଁ । ରିଭର୍ସ ରେପୋ ରେଟ୍ ପୂର୍ବ ପରି ୩ ଦଶମିକ ୩୫ ପ୍ରତିଶତ ରହିବ ବୋଲି ନିଷ୍ପତି ହୋଇଛି ।
ମୁଦ୍ରାନୀତି ବୈଠକରେ ହୋଇଥିବା ନିଷ୍ପତି ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସେ କହିଛନ୍ତି ୨୦୨୨-୨୩ରେ ରିୟଲ ଜିଡିପି ଗ୍ରୋଥ୍ ୭ ଦଶମିକ ୮ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଏହା ସହ ଆରବିଆଇ ଗଭର୍ଣ୍ଣର କହିଛନ୍ତି କରୋନାର ତୃତୀୟ ଲହର ଯୋଗୁ ଆର୍ଥିକ ସ୍ଥିତିରେ କିଛି ମାତ୍ରାରେ ପ୍ରଭାବ ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/the-emergency-measures-shaktikanta-das-outlined-at-his-unscheduled-address-today.jpg)