ମୂଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇର ବଡ ନିଷ୍ପତି: ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ ଅପରିବର୍ତ୍ତିତ

ସେପଟେ ଜିଡିପି ହ୍ରାସ ହେବା ନେଇ ଆକଳନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

88

କନକ ବ୍ୟୁରୋ: ମୂଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇ ବଡ ନିଷ୍ପତି ନେଇଛି । ରେପୋ ରେଟ ଓ ରିଭର୍ସ ରେପୋ ରେଟ ଅପରିବର୍ତିତ ରହିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ ୪ଦଶମିକ ୪ପ୍ରତିଶତ ଓ ରିଭର୍ସ ରେପୋ ରେଟ ୩ ଦଶମିକ ୩୫ପ୍ରତିଶତ ରହିଛି ।

ଗତ ଅକ୍ଟୋବରରେ ରହିଥିବା ମୂଦ୍ରାନୀତି ସମୀକ୍ଷା ବୈଠକରେ କୌଣସି ପରିବର୍ତନ ହୋଇନଥିଲା । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ହ୍ରାସ ପାଇବା ନେଇ ସ୍ୱିକାର କରିଛି ଆରବିଆଇ । ଚଳିତ ବର୍ଷ ମୋଟ ଘରୋଇ ଉତ୍ପାଦ ବା ଜିଡିପି ମାଇନସ ୭ ଦଶମିକ ୫ପ୍ରତିଶତ ରହିବା ନେଇ ଆକଳନ କରିଛି ଆରବିଆଇ ।