ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା: ଆହତ ସେବାୟତଙ୍କ ପ୍ରତିକ୍ରିୟା । କହିଲେ, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ ସେବାୟତ

811

କନକ ବ୍ୟୁରୋ: ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା । ପ୍ରତିକ୍ରିୟା ରଖିଲେ ଆହତ ସେବାୟତ । କହିଲେ, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ ସେବାୟତ । ଅଧିକ ସେବାୟତ ଥିବାରୁ ଘଟିଲା ଏପରି ଅଘଟଣ । ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରିନଥିଲେ । ଯେଉଁ ସେବାୟତଙ୍କର ପହଣ୍ଡି ସେବା ନାହିଁ ସେମାନେ ଆସି ପହଣ୍ଡି କରୁଛନ୍ତି ।

ଆଜି ଆଡପ ମଣ୍ଡପ ବିଜେ ସମୟରେ ବଡ ଅଘଟଣ ଘଟିଛି । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଚାରମାଳରୁ ଖସି ପଡିଥିଲେ ପ୍ରଭୁ । ପ୍ରଭୁ ବଳଭଦ୍ର ଖସିପଡିବାରୁ ୮ ଜଣ ସେବାୟତ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।