କନକ ବ୍ୟୁରୋ: ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା । ପ୍ରତିକ୍ରିୟା ରଖିଲେ ଆହତ ସେବାୟତ । କହିଲେ, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ ସେବାୟତ । ଅଧିକ ସେବାୟତ ଥିବାରୁ ଘଟିଲା ଏପରି ଅଘଟଣ । ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରିନଥିଲେ । ଯେଉଁ ସେବାୟତଙ୍କର ପହଣ୍ଡି ସେବା ନାହିଁ ସେମାନେ ଆସି ପହଣ୍ଡି କରୁଛନ୍ତି ।
ଆଜି ଆଡପ ମଣ୍ଡପ ବିଜେ ସମୟରେ ବଡ ଅଘଟଣ ଘଟିଛି । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଚାରମାଳରୁ ଖସି ପଡିଥିଲେ ପ୍ରଭୁ । ପ୍ରଭୁ ବଳଭଦ୍ର ଖସିପଡିବାରୁ ୮ ଜଣ ସେବାୟତ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/07/eeefefwqdwd.jpg)