କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ରାୟଗଡା ଗସ୍ତକୁ ନେଇ ବିବାଦ ବଢିବା ପରେ ରାୟଗଡା ଜିଲ୍ଳା ବିଜେପି ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି । ପ୍ରେସ ବିବୃତି ଜାରି କରି କୁହାଯାଇଛି, ଦୀର୍ଘ ଦିନ ହେବ ବିଭିନ୍ନ ଦଳ ବିରୋଧୀ ଏବଂ ବିଶୃଙ୍ଖଳା କାର୍ଯ୍ୟ ପାଇଁ ଜିଲ୍ଲା କୋର କମିଟି ଗତ ମାସ ୧୯ ତାରିଖରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଏବଂ କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡାଙ୍କୁ ବାଦ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ରାଜ୍ୟ ସ୍ତରରେ ମଧ୍ୟ ଏନେଇ ଜଣାଇ ସହମତି ନିଆଯାଇଥିଲା କିନ୍ତୁ ଗତ ମାସ ୧୭ରୁ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ସେବା ଏବଂ ସମର୍ପଣ କାର୍ଯ୍ୟକ୍ରମ ଚାଲିଥିବାରୁ ଏନେଇ ଘୋଷଣା କରାଯାଇନଥିଲା । ଦୁଇ ନେତାଙ୍କୁ ଦଳରୁ ନିଲମ୍ବିତ କରିବା ନେଇ ଗତକାଲି ଘୋଷଣା କରାଯାଇଛି । ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଦଳୀୟ ବିଶୃଂଖଳା ଆଚରଣ ପାଇଁ ହୋଇଛି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗସ୍ତ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୪ ଓ ୫ ତାରିଖ ଦୁଇ ଦିନିଆ ରାୟଗଡା ଗସ୍ତରେ ଯାଇଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଷଡଙ୍ଗୀ ଗୁଣୁପୁର ଆସି ବୁଦ୍ଧିଜୀବୀ ସମ୍ମିଳନୀ, ଚାଏ ପେ ଚର୍ଚ୍ଚା, ପଦଯାତ୍ରା କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ପ୍ରେମ ପ୍ରସାଦ ଓ ଦେବାଶିଷଙ୍କ ସମର୍ଥକ ସାମିଲ ହୋଇଥିଲେ । ତେବେ ଏହି ଘଟଣା ପରେ ଦୁଇ ନେତାଙ୍କ ଦଳରୁ ନିଲମ୍ବିତ କରାଯାଇଥିଲା । ଯାହାକୁ ନେଇ ରାୟଗଡା ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । ଏପରି ସମୟରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/bjp.jpg)