୧୪ରେ ଅଧା ଥିବା କାମ ୧୮ରେ ଆଗେଇବ ! ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

Advertisment
୧୪ରେ ଅଧା ଥିବା କାମ ୧୮ରେ ଆଗେଇବ ! ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

କନକ ବ୍ୟୁରୋ: ୧୧ ଜଣିଆ ଟିମ୍ ଭିତର ଭଣ୍ଡାର ତାଲା ଭାଙ୍ଗି ପ୍ରବେଶ କରିବାକୁ ସମର୍ଥ ହୋଇଥିଲେ, କିନ୍ତୁ ସମୟ ଅଭାବରୁ ଫେରିଆସିବାକୁ ପଡିଲା। ତେଣୁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢିଚାଲିଛି ଯେ, ଭିତର ରତ୍ନଭଣ୍ଡାରରେ ଅଛି କ’ଣ? କେବେ ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାରର ଗଣତି ମଣତି? ଆଉ ଜଣାପଡିବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ତ? ଏସବୁ ରହସ୍ୟ ଉପରୁ ପରଦା ହଟାଇବାକୁ ଆଗାମୀ ୧୮ ତାରିଖରେ ପୁଣି ଭିତର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ଗତ ୧୪ ତାରିଖରେ ଯେଉଁଠି ଅଟକିଥିଲା କାମ ସେଇଠୁ ଆଗେଇବ ରତ୍ନଭଣ୍ଡାର ତଦାରଖ କମିଟି। ଆଜି କମିଟିର ଜରୁରୀ ବୈଠକ ପରେ ସୂଚନା ଦିଆଯାଇଛି-
୧୮ରେ ପୁଣି ଖୋଲିବ ରତ୍ନଭଣ୍ଡାର
ଆଗାମୀ ୧୮ ତାରିଖରେ ପୁଣି ରତ୍ନଭଣ୍ଡାର ଖୋଲିବ
ଏଥିପାଇଁ ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ୟ୍ୟନ୍ତ ଶୁଭ ମୂହୁର୍ତ୍ତ
ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ପ୍ରବେଶ କରିବ ଟିମ୍
ପ୍ରବେଶ କରିବା ପରେ ଜିନିଷ ପତ୍ରଗୁଡିକୁ ଆଖିରେ ଦେଖିବେ
ପରେ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ରତ୍ନଭଣ୍ଡାରର ୩ଟି ତାଲା ଭଙ୍ଗା ଯାଇଥିଲେ ବି ୨ଟି ତାଲା ପକାଇ ଚାବିକୁ ଟ୍ରେଜେରୀ ଜିମା ଦିଆଯାଇଛି। ଆସନ୍ତା ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଭିତର ଭଣ୍ଡାର ଖୋଲାଯିବ।

ଅସ୍ଥାୟୀ ରତ୍ନଭଣ୍ଡାରକୁ ଯିବ ଅଳଙ୍କାର
ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଜ ଘର’କୁ ସ୍ଥାନାନ୍ତର ହେବ
ମାର୍ଗଦର୍ଶିକା ଅନୁସାରେ ଅସ୍ଥାୟୀ ଭଣ୍ଡାରରେ ସିସିଟିଭି ଓ ଲାଇଟ୍ ଲାଗିବ
ଅସ୍ଥାୟୀ ଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ
ଏଏସଆଇ ମରାମତି ସାରିବା ପରେ ଅଳଙ୍କାର ଗଣତି ଓ ମଣତି କରାଯିବ

୧୯୭୮ରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା। ୭୪୭ ପ୍ରକାରର ପ୍ରାୟ ୧୨ ହଜାର ୮୩୮ ଭରି ସୁନା, ୨୨ ହଜାର ୧୫୩ ଭରି ରୁପା ଓ ଅନେକ ଦୁର୍ମୂଲ୍ୟ ରତ୍ନପଥର ରହିଥିବା ସୂଚନା ରହିଛି । ଏବେ ୪୬ ବର୍ଷ ପରେ ପୁଣି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ସହ ସବୁ ରହସ୍ୟରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe