କନକ ବ୍ୟୁରୋ : ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆଜି ଏସଓପି ନେଇ ସରକାରଙ୍କ ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ ବୋଲି ସୂଚନା ରହିଛି । କେମିତି ରତ୍ନଭଣ୍ଡାର ଖୋଲାଯିବ, କିଏ କିଏ ସବୁ ଭିତରକୁ ଯିବେ ସେନେଇ ସ୍ପଷ୍ଟ ସୂଚନା ଆଜି ମିଳିପାରେ । ଗତ ୯ ତାରିଖରେ ରତ୍ନଭଣ୍ଡାର ଖୋଲିବାର ଦ୍ୱିତୀୟ ବୈଠକରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା ।
କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା ଯାଞ୍ଚ କମିଟି ଅଧ୍ୟକ୍ଷ କହିଥିଲେ। କମିଟି ସୂଚନା ଅନୁସାରେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ । ଏହାପରେ କମିଟି ସଦସ୍ୟ ଭିତରକୁ ଯିବେ । କିନ୍ତୁ ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଏହି ସମୟରେ ସମସ୍ତ ଟିମର ସହଯୋଗ ନିଆଯିବ । ସ୍ନେକ ହେଲପ ଲାଇନର ମଧ୍ୟ ସହଯୋଗ ନିଆଯିବ । ସେହିପରି ରତ୍ନଭଣ୍ଡାର ଯିବା ପୂର୍ବରୁ ଆଲୋକୀକରଣ ବ୍ୟବସ୍ଥା କରାଯିବ ।