କନକ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଡ ଖବର । ରତ୍ନଭଣ୍ଡାର ସହ ଓଡିଆଙ୍କ ଭାବାବେଗ ଜଡିତ ଥିବାବେଳେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି ଖୁବଶୀଘ୍ର ଏହାକୁ ଖୋଲାଯିବ ଏବଂ ଏଥିରେ ଥିବା ସବୁ ବହୁମୂଲ୍ୟ ଅଳଙ୍କାରକୁ ଗଣତି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ଏହାକୁ ଗଣତି କରାଯିବ ପରେ ରିପୋର୍ଟକୁ ସାର୍ବଜନୀନ କରାଯିବ । ତେବେ ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ । ଏହାକୁ କେଉଁଦିନ ଓ କିପରି ଖୋଲାଯିବ ସେନେଇ ମୋଡାଲିଟି ପ୍ରସ୍ତୁତ କରାଯିବ । ଶାସନକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତିି ଦେଇଥିଲା ତାହା ନିଶ୍ଚୟ ପୂୂରଣ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/52-1.jpg)