ତେଜୁଛି ହେତୁବାଦୀ, ପରମ୍ପରାବାଦୀ ବିବାଦ। ହେତୁବାଦୀଙ୍କୁ ଶ୍ରୀମନ୍ଦିର ପୁରାଇ ଦେବେନି ବୋଲି ଚେତାବନୀ ଦେଲେ ସେବାୟତ।

ତେଜୁଛି ହେତୁବାଦୀ, ପରମ୍ପରାବାଦୀ ବିବାଦ। ହେତୁବାଦୀଙ୍କୁ ଶ୍ରୀମନ୍ଦିର ପୁରାଇ ଦେବେନି ବୋଲି ଚେତାବନୀ ଦେଲେ ସେବାୟତ।

କନକ ବ୍ୟୁରୋ: ଥମିବାର ନାଁ ନେଉନାହିଁ ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ବିରିଆନୀ ଖାଇବାକୁ ନେଇ ଏବେ ବି ହେତୁବାଦୀଙ୍କୁ ଟାର୍ଗେଟ କରୁଛନ୍ତି ପରମ୍ପରାବାଦୀ । ଏ ଭିତରେ ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି, ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଖାଇବା ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିକୁ ଅପମାନ କରିବା ନେଇ ହେତୁବାଦୀଙ୍କ ବିରୋଧରେ ବିଭିନ୍ନ ବ୍ରାହ୍ମଣ ସମାଜ ଆପତି ଉଠାଇ ଆସୁଛନ୍ତି । ଏନେଇ ଭିନ୍ନ ଭିନ୍ନ ଥାନାରେ ଏତଲା ବି ହୋଇଛି । ଏହାଭିତରେ ପୁରୀ ସେବାୟତ କିନ୍ତୁ ହେତୁବାଦୀଙ୍କୁ ଶ୍ରୀମନ୍ଦିର ଭିତରେ ପୁରାଇଦେବେନି ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe