ସଂସଦରେ ଉଠିଲା ରଥଯାତ୍ରା ପ୍ରସଙ୍ଗ । ପୁରୀରୁ ଗଣତନ୍ତ୍ରର ଜନ୍ମ କହିଲେ ପୁରୀ ସାଂସଦ ସମ୍ବିତ ପାତ୍ର ।

425

କନକ ବ୍ୟୁରୋ: ଝାଡୁ ଧରି ମହାପ୍ରଭୁ ଜଗନ୍ନାଥଙ୍କ ସେବା କରୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଛେରାପହଁରା କରୁଛନ୍ତି ପୁରୀ ମହରାଜ । ସଂସଦରେ ଏହି ଉତ୍କଳୀୟ ପରଂପରା ଓ ସଂସ୍କୃତିର ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧୀ ଓ ବିରୋଧୀଙ୍କୁ ଘେରିଛନ୍ତି ପୁରୀ ସାଂସଦ ସମ୍ୱିତ ପାତ୍ର ।

  • ସଂସଦରେ ଉଠିଲା ରଥଯାତ୍ରା ପ୍ରସଙ୍ଗ
  • ପୁରୀରୁ ଗଣତନ୍ତ୍ରର ଜନ୍ମ କହିଲେ ସାଂସଦ

ସଂସଦରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପୁରୀ ସାଂସଦ । ମୋଦୀ ସରକାର ଗଣତନ୍ତ୍ର ଓ ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ଜଗନ୍ନାଥଙ୍କ ରଥଯାତ୍ରାର ଉଦାହରଣ ଦେଇଛନ୍ତି ସମ୍ବିତ ପାତ୍ର। ସେ କହିଛନ୍ତି…

  • ବର୍ଷକୁ ଥରେ ରତ୍ନବେଦୀ ଛାଡି ବାହାରକୁ ଆସନ୍ତି ଠାକୁର
  • ଲୋକଙ୍କ ସହ ମିଶିବାକୁ ବଡଦାଣ୍ଡକୁ ଆସନ୍ତି ଜଗନ୍ନାଥ
  • ମହାପ୍ରଭୁଙ୍କ ପାଇଁ ସଫେଇ କର୍ମଚାରୀ ସାଜନ୍ତି ଗଜପତି ମହାରାଜ
  • ସେଇଥି ପାଇଁ ଓଡ଼ିଶାରେ ଜାତିପ୍ରଥା ନାହିଁ

ସଂସଦରେ ପ୍ରଥମ ଥର ପାଇଁ ଜଗନ୍ନାଥ ପ୍ରସଙ୍ଗ ଉଠାଇଛନ୍ତି ପୁରୀ ସାଂସଦ । ଏହାକୁ ନେଇ ସମ୍ୱିତ ପାତ୍ରଙ୍କୁ ଜୋରଦାର ସମର୍ଥନ କରିଛନ୍ତି ସେବାୟତ, ପୁରୀ ବାସିନ୍ଦା ଓ ଜଗନ୍ନାଥପ୍ରେମୀ । କହିଛନ୍ତି ଜଗନ୍ନାଥ ହେଉଛନ୍ତି ଗଣଦେବତା, ତେଣୁ ଜଗନ୍ନାଥଙ୍କଠାରୁ ହିଁ ସବୁକିଛି ସୃଷ୍ଟି ହୋଇଛି । କୌଣସି ଭେଦଭାବ ନରଖି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ଜଗନ୍ନାଥଙ୍କ କଥା ସଂସଦରେ ରଖିଥିବାରୁ ସମ୍ବିତ ମହାପାତ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି ସେବାୟତ ।

ତେବେ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ସହ ଏକାକାର ହେବା ପାଇଁ ରତ୍ନବେଦୀ ଛାଡି ବର୍ଷକୁ ଥରେ ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି । ଗଜପତି ମହାରାଜ ନିଜେ ଝାଡୁଧରି ଶ୍ରୀଜିଉଙ୍କ ସେବା କରନ୍ତି । ଏହାଠୁ ବଳି ଲୋକତନ୍ତ୍ରର ବଡ ଉଦାହରଣ କଣ ହୋଇପାରେ ।