କନକ ବ୍ୟୁରୋ: ସଂସଦର ଚଳିତ ଅଧିବେଶନରେ ଗୁରୁବାର ରାଜ୍ୟସଭାରେ ଯାହା ଘଟିଲା ହୁଏତ କେହି କଳ୍ପନା କରିନଥିବେ। ରାଜ୍ୟସଭା କା ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦ ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯିବା କୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଥିଲେ। ସେପଟେ ସଂସଦର କାର୍ଯ୍ୟ ସୁରୁଖୁରୁରେ ଚାଲିବାକୁ ଦେବା ସହ ଶାନ୍ତ ରହିବାକୁ ଅଧ୍ୟକ୍ଷ ପ୍ରଥମେ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ଦଳର ସାଂସଦମାନେ ଏଥିରେ ରାଜି ହୋଇନଥିଲେ। କିଛି ସମୟ ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଗୃହରେ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଯେତେବେଳେ ଅଧ୍ୟକ୍ଷ ଆଇଏନଡିର କାର୍ତ୍ତିକେୟ ଶର୍ମାଙ୍କୁ ତାଙ୍କ କଥା ରଖିବାକୁ କହିଥିଲେ, ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ ପୁଣି ଥରେ ଗୃହରେ ଭିନେଶ ଫୋଗଟ ମାମଲା ଉଠାଇବାକୁ କଥା ବାର୍ତ୍ତା ଆରମ୍ଭ କରିଥିଲେ। ଅଧ୍ୟକ୍ଷ ମନା କରିବା ପରେ ମଧ୍ୟ ଡେରେକ୍ ଓ'ବ୍ରାଏନ୍ ଅଟକି ନଥିଲେ। ଏହାପରେ ଅଧ୍ୟକ୍ଷ ଜଗଦୀନ ଧନଖଡ ଖୁବ୍ ରାଗି ଯାଇଥିଲେ। ଆଉ ଗୃହରୁ ବାହାର କରିଦେବେ ବୋଲି ଚେତାବନୀ ଦେଇଥିଲେ ।
ପ୍ୟାରିସ୍ ଅଲିମ୍ପିକ୍ସରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପ୍ରସଙ୍ଗରେ ବିରୋଧୀ ମାନେ ରାଜ୍ୟସଭାରୁ ଓ୍ଵାକ୍ ଆଉଟ୍ କରିଥିଲେ। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ମାମଲାର ତଦନ୍ତ ଦାବି କରିଛନ୍ତି। ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରିବାର କାରଣ କ'ଣ ତାହାର ତଦନ୍ତ ହେବା ଦରକାର। ହରିୟାଣାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ଯଦି ଦଳ ପାଖରେ ସଂଖ୍ୟାଗରିଷ୍ଠତା ଥାଆନ୍ତା, ତେବେ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥାନ୍ତା ବୋଲି ହୁଡ୍ଡା କହିଛନ୍ତି । ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଶାସକ ଦଳର ନେତା ଜେପି ନଡ୍ଡା କହିଛନ୍ତି, ଭିନେଶ ଫୋଗାଟଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ତାଙ୍କୁ ଗତକାଲି 'ଚାମ୍ପିୟନ ଅଫ୍ ଚାମ୍ପିୟନ୍ସ' ବୋଲି କହିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱର ୧୪୦ କୋଟି ଲୋକଙ୍କ ସ୍ୱର।
ଆଗକୁ ହରିଆଣାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ତାଙ୍କୁ ପ୍ରସଙ୍ଗ କରି ରାଜନୈତିକ ଦଳ ଭୋଟ୍ ବ୍ୟାଙ୍କ ରାଜନୀତି ଆରମ୍ଭ କରିଦେଇଥିବା କୁହାଯାଉଛି ।