ରାଜ୍ୟରେ ସକ୍ରିୟ ମୌସୁମୀ ; ୨୬ ତାରିଖ ଯାଏଁ ଜାରି ରହିବ ବର୍ଷା

Advertisment
ରାଜ୍ୟରେ ସକ୍ରିୟ ମୌସୁମୀ ; ୨୬ ତାରିଖ ଯାଏଁ ଜାରି ରହିବ ବର୍ଷା

କନକ ବ୍ୟୁରୋ: ବାୟୁ ପ୍ରଭାବରେ ଆହୁରି ୪ ଦିନ ବର୍ଷା ଲାଗି ରହିବା ନେଇ ଆକଳନ ହୋଇଛି। ତେବେ ଆଗାମୀ ଦୁଇ ଦିନ ଭିତରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଏହା ଭିତରେ ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା । ୧୬ ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। ବାଲେଶ୍ୱରରେ ସର୍ବାଧିକ ୫୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୪୮ ପ୍ରତିଶତ, ସୁନ୍ଦରଗଡ଼ରେ ୪୬ ପ୍ରତିଶତ, ଝାରସୁଗୁଡ଼ାରେ ୪୨ ପ୍ରତିଶତ, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୪୧ ପ୍ରତିଶତ, କେନ୍ଦୁଝର, ଯାଜପୁର ଓ ପୁରୀରେ ୩୮ ପ୍ରତିଶତ ଏବଂ ସମ୍ବଲପୁରରେ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପୂରା ରାଜ୍ୟରେ ମୋଟ ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe