ଚାଷୀଙ୍କ ଆଶା ଧୋଇଦେଲା ବର୍ଷା। ଅନୁଗୁଳରେ ପ୍ରବଳ ବର୍ଷା ଯୋଗୁଁ ଏକର ଏକର ଜମିରେ ଫସଲ ନଷ୍ଟ

ଚାଷୀଙ୍କ ଆଶା ଧୋଇଦେଲା ବର୍ଷା। ଅନୁଗୁଳରେ ପ୍ରବଳ ବର୍ଷା ଯୋଗୁଁ ଏକର ଏକର ଜମିରେ ଫସଲ ନଷ୍ଟ

କନକ ବ୍ୟୁରୋ: ବର୍ଷା ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ । ବର୍ଷା ପାଣି ପଶି ଉଜୁଡିଗଲା ଏକର ଏକର ଫସଲ । ଅମଳ ସମୟରେ ପରିବା ନଷ୍ଟ ହୋଇଯାଇଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଅନୁଗୁଳ ବନ୍ତଳା ଅଞ୍ଚଳର ଚାଷୀ । ପାଣିରେ ଭାସୁଛି ଅମଳକ୍ଷମ ପନିପରିବା । ଲଗାଣ ବର୍ଷାରେ ବାଇଗଣ ଫସଲ ନଷ୍ଟ ହୋଇଛି । ବିଲରେ ପାଣି ଜମି ରହିବାରୁ ବାଇଗଣ ଗଛ ପଚିଯାଉଛି । ଯେଉଁ ଗଛ ବଞ୍ଚିଛି ସେଥିରୁ ଫୁଲ କଷି ବି ଝଡିଯାଇଛି । ହାତୀ ପରେ ବର୍ଷା ଦାଉ ସାଧୁଥିବା ବେଳେ ପରିବାର କିଭଳି ଚଳାଇବ ସେ ନେଇ ଚିନ୍ତାରେ ପଡିଛି ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe