କନକ ବ୍ୟୁରୋ : ରେଳ ଧାରଣା ପାଇଁ ଚାଷକାମରୁ ମୁହଁ ମୋଡିବାକୁ ଆରମ୍ଭ କଲେଣି ଗ୍ରାମବାସୀ । ବାରମ୍ବାର ରାଜନେତା ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ମିଳିନି ସମାଧାନର ବାଟ । ଶେଷରେ ଭୋଟ୍ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ରେମୁଣା ବ୍ଲକ୍ ବରୁଣସିଂ ପଂଚାୟତ ଉତରଛକ ଗାଁରେ ।
ଗାଁର ୯୦ ପ୍ରତିଶତ ଲୋକ ଚାଷକାମରେ ନିର୍ଭର କରନ୍ତି । ହେଲେ ଚାଷ ବିଲ ଓ ଗାଁ ମଝିରେ ବାଧକ ସାଜିଝି ରେଳ ଧାରଣା । ଚାଷ ବିଲକୁ ଯିବାକୁ ହେଲେ ରେଳଧାରଣା କାରଣରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । କେବଳ ସେତିକି ନୁହେଁ ଟ୍ରାକ୍ଟର, ପାୱାର ଟ୍ରଲର ଆଦି ଯନ୍ତ୍ରାଂଶ ନେବା ପାଇଁ ୧୫ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି । ଏହି ସମସ୍ୟାକୁ ନେଇ ବାରମ୍ବାର ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ରାଗରେ ଭୋଟ୍ ବର୍ଜନ ନିଷ୍ପତି ନେଇଛନ୍ତି ଉତରଛକ ଗାଁ ଲୋକ । କେବଳ ସେତିକି ନୁହେଁ ଭୋଟ୍ ଭିକ୍ଷା କରିବାକୁ ଗାଁକୁ ନେତା ଆସିଲେ, ଗରମ ପେଜ ପକାଇବାକୁ ଓ ଝାଡୁରେ ମାଡ ମାରିବାକୁ ବି ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/crop-7139008_1280.jpg)