କନକ ବ୍ୟୁରୋ : ୫ ଦଫା ଦାବି ନେଇ ଭୁବେନେଶ୍ୱର ଇଷ୍ଟକୋଷ୍ଟ ଜିଏମଙ୍କ ଅଫିସ୍ ଆଗରେ ରେଲୱେ ଷ୍ଟେସନ ସଫେଇ କର୍ମଚାରୀଙ୍କ ଧାରଣା । ମାସକୁ ୨୬ ଦିନ କାର୍ଯ୍ୟ ପରିବର୍ତ୍ତେ ୧୩ ଦିନ କାର୍ଯ୍ୟ ମିଳିବାକୁ ବିରୋଧ କରିଛନ୍ତି ଏହି କର୍ମଚାରୀ । ଏହା ସହ କାମ କରୁନଥିବା କର୍ମଚାରୀଙ୍କ ନାଁରେ ପିଏଫ ଓ ଇଏସଆଇ ନେବା ସମ୍ପର୍କରେ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି । ୧୫ ଦିନ ଭିତରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।