ଭାରତୀୟ ରେଳବାଇ ତରଫରୁ ନିଆଗଲା ବଡ ନିଷ୍ପତ୍ତି । ଏବେ ବଢିବ ରେଳ ପ୍ଲାଟଫର୍ମ ଟିକେଟର ଦର

355

କନକ ବ୍ୟୁରୋ : ୨୦୧୯ ରୁ ଭାରତୀୟ ରେଳ ବିଭାଗରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ହେଲେ ସାଧାରଣତ ପ୍ଲାଟଫର୍ମ ଟିକେଟ ଉପରେ ଦର ବୃଦ୍ଧି ଆଶା କରାଯାଉ ନଥିବା ବେଳେ ଏବେ ରେଳ ବିଭାଗ ନିଷ୍ପତ୍ତି କରିଛି କି ତୁରନ୍ତ ପ୍ଲାଟଫର୍ମ ଟିକେଟର ଦର ବୃଦ୍ଧି କରାଯିବ ।
କେବଳ ରେଳଯାତ୍ରା ନୁହେଁ ଏବେ ପ୍ଲାଟଫର୍ମରେ ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ । ଅଧିକ ଅର୍ଥର ମାନେ ରେଳବାଇର ନିଷ୍ପତ୍ତି ମୁତାବକ ଏବେ ଦୁଇଗୁଣା ଅର୍ଥ ଦେବାକୁ ପଡିବ । ଯୋଜନା ମୁତାବକ ଆସନ୍ତା ମାସ ଠାରୁ ରେଳବାଇ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି । ଦେଶର ୧୦୦ ରୁ ଅଧିକ ଷ୍ଟେସନରେ ଯୁଜ ଡେଭଲପମେଣ୍ଟ ଫି ବା (ୟୁଡିଏଫ୍) ଲାଗୁ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ।
ରେଳବାଇ ପକ୍ଷରୁ ଏଭଳି ୟୁଡିଏଫ୍ ଦେଶର ୧୧୨ ଷ୍ଟେସନରେ ଲାଗୁ କରିବାକୁ ଯୋଜନା କରିଛି । ଅଧିକାଂଶ ଷ୍ଟେସନର ଟେଣ୍ଡର ପ୍ରକ୍ରିୟା ନବୀକରଣ ପାଇଁ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ୟୁଜର ଫି ଏହାର ନିଲାମ କାଗଜପତ୍ରର ଏକ ଅଂଶ ହେବାକୁ ଯାଉଛି । ଏହା ପୂର୍ବରୁ ଦେଶର କିଛି ବଡ ବଡ ଷ୍ଟେସନରୁ ଯାତ୍ରା କ୍ଷେତ୍ରରେ ଯାତ୍ରୀଙ୍କ ଉପରେ ୟୁଜର ଡେଭଲପମେଣ୍ଟ ଫି ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି ।
ଏନେଇ ରେଳବାଇ ପକ୍ଷରୁ ଘରୋଇ କମ୍ପାନୀଙ୍କ ସହାୟତାରେ ବଡ ଷ୍ଟେସନ ମାନଙ୍କରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଏହି ଷ୍ଟେସନ ମାନଙ୍କ ମଧ୍ୟରେ ମୁମ୍ବାଇ, ଆନନ୍ଦ ବିହାର, ଜୟପୁର, ହବିବଗଞ୍ଜ, ଚଣ୍ଡିଗଡ, ନାଗପୁର ଓ ବିଜୱାସନ୍ ରହିଛି। ସରକାରୀ ଓ ଘରୋଇ ସହଭାଗିତାରେ କେନ୍ଦ୍ରସରକାର ଦେଶର ବଡ ବଡ ଷ୍ଟେସନ ମାନଙ୍କର ବିକାଶ କରିବାକୁ ଏଭଳି ଯୋଜନା କରିଛନ୍ତି । ଏହି ବିକାଶ ପ୍ରକଳ୍ପ ଅଧିନରେ ସରକାର ବିଡିଂ ଜରିଆରେ ଘରୋଇ କମ୍ପାନୀ ମାନଙ୍କୁ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି ।