ବିକାନେର ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ବୁଲି ଦେଖିଲେ ରେଳ ମନ୍ତ୍ରୀ: ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଲେ, ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା

146

କନକ ବ୍ୟୁରୋ: ବିକାନେର-ଗୌହାଟି ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଜଲପାଇଗୁଡି ନ୍ୟୁ ଦୋମହନି ରେଲୱେ ଷ୍ଟେସନ ନିକଟ ଦୁର୍ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସହ ଯାଇ କେନ୍ଦ୍ରମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଦୁର୍ଘଟଣା ନେଇ ରେଳ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଟ୍ରେନ୍ ଦୁର୍ଘଟଣା କିପରି ହେଲା ତାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ

ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢି ୯ରେ ପହଂଚି, ସେପଟେ ୫୦ରୁ ଅଧିକ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହସ୍ପିଟାଲ ଯାଇ ଆହତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀ ୧ ଲକ୍ଷ ଟଙ୍କା, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗର ଜଲପାଇଗୁଡିର ନ୍ୟୁ ଦୋମୋହାନି ରେଲୱେ ଷ୍ଟେସନ ନିକଟରେ ଗୁରୁବାର ସଂଧ୍ୟା ୫ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା । କୋଚ ଗୁଡିକ ଲାଇନଚ୍ୟୁତ ହେବାରୁ ଦୁର୍ଘଟଣା ଘଟିଥିଲା । ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ରେଳ ଧାରଣାରେ ଫାଟ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।