ନେଟଫ୍ଲିକ୍ସରେ ‘ରେଲୱେ ମ୍ୟାନ୍’ ନାମକ ଏକ ନୂଆ ୱେବ୍ ସିରିଜ୍ ଆସିବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନ୍ ଅଭିନୟ କରିଛନ୍ତି। ମର୍ମତୁନ୍ଦ ଭୋପାଲ ଗ୍ଯାସ ଦୁର୍ଘଟଣା ଉପରେ ଆଧାରିତ ଏହି ୱେବ୍ ସିରିଜ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନଙ୍କ ନୂଆ ୱେବ୍ ସିରିଜ୍ ‘ରେଲୱେ ମ୍ୟାନ୍’ ଆସିବାକୁ ଯାଉଛି । ନିର୍ମାତାମାନେ ଟିଜର ଭିଡିଓ ସେୟାର କରିଛନ୍ତି । ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।
ଏହି ୱେବ୍ ସିରିଜର ସମ୍ପୂର୍ଣ୍ଣ ନାମ ହେଉଛି ‘ରେଲୱେ ମ୍ୟାନ୍ – ଭୋପାଳ 1984 ଅନଟୋଲ୍ଡ ଷ୍ଟୋରୀ’ । ଯାହା ୪ ଟି ଏପିସୋଡରେ ପ୍ରସାରିତ ହେବ ।
ବଲିଉଡ ଅଭିନେତା କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ ଖାନଙ୍କ ଏକ ନୂଆ ୱେବ୍ ସିରିଜ୍ ଆସୁଛି, ‘ରେଲୱେ ମ୍ୟାନ୍’ । ଏହାର ନିର୍ମାତା ଟିଜର ଭିଡିଓ ସେୟାର କରିଛନ୍ତି । ଏହା ସହିତ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆର ମାଧବନଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କ ପ୍ରଥମ ଝଲକ ‘ ରେଲୱେ ମ୍ୟାନ୍’ର ଟିଜରରେ ମଧ୍ୟ ଦେଖିବାକୁ ମିଳିଛି ।
ଆମେ ଆପଣଙ୍କୁ ଜଣାଉଛୁ ଯେ ଆପଣ କେବେ ଏବଂ କିପରି ‘ରେଲୱେ ମ୍ୟାନ୍’ ୱେବ୍ ସିରିଜ୍ ଦେଖିପାରିବେ ।
‘ରେଲୱେ ମ୍ୟାନ୍’ ଏକ ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ ଏକ କାହାଣୀ ଯେଉଁଥିରେ ଚାରି ଜଣ ବ୍ଯକ୍ତିଙ୍କର କାହାଣୀ ବର୍ଣ୍ଣନା କରାଯାଇଛି । ଯେଉଁମାନେ ଭୋପାଳ ଗ୍ଯାସ ଦୁର୍ଘଟଣାରେ ଲୋକମାନଙ୍କ ଜୀବନ ରକ୍ଷା କରିଥିଲେ । ଭୋପାଳ ଦୁଃଖଦ ଘଟଣା ସହିତ ଜଡିତ ଏହି ୱେବ୍ ସିରିଜର ସମ୍ପୂର୍ଣ୍ଣ ନାମ ହେଉଛି ‘ରେଲୱେ ମ୍ୟାନ୍ – ଭୋପାଳ 1984 ଅନଟୋଲ୍ଡ ଷ୍ଟୋରୀ’ । ଯାହା ୪ ଟି ଏପିସୋଡରେ ପ୍ରସାରିତ ହେବ ।
କେତେବେଳେ ଏବଂ କିପରି ଦେଖିବେ
ଦର୍ଶକମାନେ ନେଟଫ୍ଲିକ୍ସରେ ‘ରେଲୱେ ମ୍ୟାନ୍’ ଦେଖିପାରିବେ । ରିଲିଜ ହେଇଥିବା ଟିଜରରେ ଅଭିନେତା ବାବିଲ ଖାନ, ଆର ମାଧବନ, ଦିବ୍ୟେନ୍ଦୁ ଶର୍ମା ଏବଂ କେ.କେ ମେନନଙ୍କୁ ମୁହଁରେ କପଡା ବାନ୍ଧିଥିବାର ଫୋଟୋ ଦେଖାଯାଇଛି । ଏହି ସିରିଜ୍ ୧୮ ନଭେମ୍ବର ୨୦୨୩ ରୁ OTT ରେ ଷ୍ଟ୍ରିମ୍ ହେବ ।