ନେଟଫ୍ଲିକ୍ସରେ ‘ରେଲୱେ ମ୍ୟାନ୍’ ନାମକ ଏକ ନୂଆ ୱେବ୍ ସିରିଜ୍ ଆସିବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନ୍ ଅଭିନୟ କରିଛନ୍ତି। ମର୍ମତୁନ୍ଦ ଭୋପାଲ ଗ୍ଯାସ ଦୁର୍ଘଟଣା ଉପରେ ଆଧାରିତ ଏହି ୱେବ୍ ସିରିଜ୍ ।

କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନଙ୍କ ନୂଆ ୱେବ୍ ସିରିଜ୍ 'ରେଲୱେ ମ୍ୟାନ୍' ଆସିବାକୁ ଯାଉଛି ।  ନିର୍ମାତାମାନେ ଟିଜର ଭିଡିଓ ସେୟାର କରିଛନ୍ତି । ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ଏହି ୱେବ୍ ସିରିଜର ସମ୍ପୂର୍ଣ୍ଣ ନାମ ହେଉଛି 'ରେଲୱେ ମ୍ୟାନ୍ - ଭୋପାଳ 1984 ଅନଟୋଲ୍ଡ ଷ୍ଟୋରୀ' ।  ଯାହା ୪ ଟି ଏପିସୋଡରେ ପ୍ରସାରିତ ହେବ ।

ବଲିଉଡ ଅଭିନେତା କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ ଖାନଙ୍କ ଏକ ନୂଆ ୱେବ୍ ସିରିଜ୍ ଆସୁଛି, 'ରେଲୱେ ମ୍ୟାନ୍' । ଏହାର ନିର୍ମାତା ଟିଜର ଭିଡିଓ ସେୟାର କରିଛନ୍ତି । ଏହା ସହିତ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆର ମାଧବନଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କ ପ୍ରଥମ ଝଲକ  ' ରେଲୱେ  ମ୍ୟାନ୍'ର ଟିଜରରେ ମଧ୍ୟ ଦେଖିବାକୁ ମିଳିଛି ।

ଆମେ ଆପଣଙ୍କୁ ଜଣାଉଛୁ ଯେ ଆପଣ କେବେ ଏବଂ କିପରି 'ରେଲୱେ ମ୍ୟାନ୍' ୱେବ୍ ସିରିଜ୍ ଦେଖିପାରିବେ ।

'ରେଲୱେ ମ୍ୟାନ୍' ଏକ ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ ଏକ କାହାଣୀ ଯେଉଁଥିରେ ଚାରି ଜଣ ବ୍ଯକ୍ତିଙ୍କର କାହାଣୀ ବର୍ଣ୍ଣନା କରାଯାଇଛି । ଯେଉଁମାନେ ଭୋପାଳ  ଗ୍ଯାସ ଦୁର୍ଘଟଣାରେ ଲୋକମାନଙ୍କ ଜୀବନ ରକ୍ଷା କରିଥିଲେ । ଭୋପାଳ ଦୁଃଖଦ ଘଟଣା ସହିତ ଜଡିତ ଏହି ୱେବ୍ ସିରିଜର ସମ୍ପୂର୍ଣ୍ଣ ନାମ ହେଉଛି 'ରେଲୱେ ମ୍ୟାନ୍ - ଭୋପାଳ 1984 ଅନଟୋଲ୍ଡ ଷ୍ଟୋରୀ' । ଯାହା ୪ ଟି ଏପିସୋଡରେ ପ୍ରସାରିତ ହେବ ।

କେତେବେଳେ ଏବଂ କିପରି ଦେଖିବେ

ଦର୍ଶକମାନେ ନେଟଫ୍ଲିକ୍ସରେ 'ରେଲୱେ ମ୍ୟାନ୍' ଦେଖିପାରିବେ । ରିଲିଜ ହେଇଥିବା ଟିଜରରେ  ଅଭିନେତା ବାବିଲ ଖାନ, ଆର ମାଧବନ, ଦିବ୍ୟେନ୍ଦୁ ଶର୍ମା ଏବଂ କେ.କେ ମେନନଙ୍କୁ ମୁହଁରେ କପଡା ବାନ୍ଧିଥିବାର ଫୋଟୋ ଦେଖାଯାଇଛି । ଏହି ସିରିଜ୍ ୧୮ ନଭେମ୍ବର ୨୦୨୩  ରୁ OTT ରେ ଷ୍ଟ୍ରିମ୍ ହେବ ।