କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ଓ କିରାଣି । ଗାଡ଼ି ଭଡ଼ା ବିଲ୍ ପାସ କରିବାକୁ ୨୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆସିକା ସିଏଡି ଡିଭିଜନ-୮ର ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ନିର୍ବାହୀ ଯନ୍ତ୍ରୀ ଅଫିସରେ ଏକ ଗାଡି ଭଡ଼ାରେ ଲାଗିଥିଲା । ତେବେ ଏହାର ବାକି ଥିବା ବିଲ୍ ପାଇଁ ୨୦ହଜାର ଟଙ୍କା ଲାଂଚ ମାଗିତିଲେ ନିର୍ବାହୀ ଯନ୍ତ୍ରୀ । ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଗାଡ଼ି ମାଲିକ । ଅଭିଯୋଗ ଆଧାରରେ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ କିରାଣିଙ୍କୁ ଲାଂଚ ଟଙ୍କା ନେଉଥିବା ବେଳେ ଧରିଥିଲା । ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ କିଛି କାଗଜପତ୍ର ମଧ୍ୟ ଜବତ କରିଛି । ସେପଟେ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠି କିରାଣିଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି ।