କନକ ବ୍ୟୁରୋ: ରାଫେଲ ବିମାନ ପ୍ରଥମ ଥର ପାଇଁ ଯେତେବେଳେ ଫ୍ରାନ୍ସରୁ ଆସି ଭାରତରେ ପହଂଚିଥିଲା, ଦେଶବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ଏକ ନୂଆ ଉତ୍ସାହ, କାରଣ ଅତ୍ୟାଧୁନିିକ ଜ୍ଞାନକୌଶଳରେ ନିର୍ମିତ ରାଫେଲ ଚୀନର ଚାଲକୁ ଟକ୍କର ଦେଇପାରିବ ବୋଲି ବିଶ୍ୱାସ ଜନ୍ମିଥିଲା । ହେଲେ ବାୟୁସେନାର ସାମର୍ଥ୍ୟ ସିନା ବଢ଼ିଲା, ତା ସହ ତାଳଦେଇ ବଢ଼ିଲା ରାଜନୈତିକ ବିବାଦ
ଫ୍ରାନ୍ସ ଗଣମାଧ୍ୟମ ମିଡିଆ ପାର୍ଟ ଅଭିଯୋଗ କରିଛି ଯେ, ରାଫେଲ ନିର୍ମାଣକାରୀ ସଂସ୍ଥା ଡାସଲଟ୍ ଏଭିଏସନ ଜଣେ ମଧ୍ୟସ୍ଥି ସୁରେଶ ଗୁପ୍ତାଙ୍କୁ ପ୍ରାୟ ୬୫ କୋଟି କମିଶନ ଦେଇଥିଲା । ଉଦେଶ୍ୟ ଥିଲା ରାଫେଲ ଚୁକ୍ତି କରିବା ପାଇଁ ଏହି ମଧ୍ୟସ୍ଥି ସାହାଯ୍ୟ କରିବେ । ୨୦୦୭ରୁ ୨୦୧୨ ମଧ୍ୟରେ ଲାଂଚ କାରବାର ହୋଇଥିଲା ବୋଲି ମିଡିଆପାର୍ଟ କହିଛି । ଏହି ସମୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁପିଏ ମେଂଟ ସରକାର ଥିଲା । ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ଭାରତୀୟ ଜାତୀୟ କଂଗ୍ରେସ, ଆଇଏନସିକୁ “ଆଇ ନିଡ୍ କମିଶନ’ କହି ଆକ୍ଷେପ କରିଛନ୍ତି ।
ତେବେ ବିଜେପିର ଅଭିଯୋଗର କଡ଼ା ଜବାବ ରଖିଛି କଂଗ୍ରେସ । ୨୦୧୮ରେ ଯଦି ଲାଂଚ କାରବାର ବିଷୟ ସାମ୍ନାକୁ ଆସିଥିଲା, ତାହେଲେ ମୋଦୀ ସରକାର ଏହାର ତଦନ୍ତ କରାଇଲେ ନାହିଁ କାହିଁକି ? ସିବିଆଇ ଏବଂ ଇଡିକୁ ଯଦି ଏବିଷୟରେ ଜାଣିଥିଲେ, କାହିକଁ ଚୁପ୍ ରହିଲେ ବୋଲି ପ୍ରଶ୍ନ କରିଛନ୍ତି ଦଳର ମୁଖପାତ୍ର
ୟପିଏ ସରକାର ୭ ବର୍ଷ ଧରି ୧୨୬ଟି ରାଫେଲ ବିମାନ କିଣିବା ପାଇଁ ନିର୍ମାଣକାରୀ କମ୍ପାନୀ ସହ ଆଲୋଚନା କରିଥିଲା । ହେଲେ କୌଣସି ଚୁକ୍ତି ହୋଇପାରି ନଥିଲା । ପରେ ୩୬ଟି ବିମାନ କିଣିବାକୁ ୨୦୧୬ରେ ଡାସଲଟ କମ୍ପାନୀ ସହ ୫୯ ହଜାର କୋଟି ଟଙ୍କାରେ ଚୁକ୍ତି କରିଥିଲେ ମୋଦୀ ସରକାର ।
Follow Us