ଭାରତରେ ଜାନୁଆରୀ ୧୪ରୁ ୨୧ ମଧ୍ୟରେ କମିଛି ଆର ଭାଲ୍ୟୁ । ଆଇଆଇଟି ମାଡ୍ରାସର ଆକଳନ ଦୁଇ ସପ୍ତାହରେ ଶୀର୍ଷରେ ଛୁଇଁପାରେ କରୋନା

110

କନକ ବ୍ୟୁରୋ : ଦେଶରେ କମୁଛି ଆର ଭାଲ୍ୟୁ । ଜାନୁଆରୀ ୧୪ରୁ ୨୧ ମଧ୍ୟରେ ଆର ଭାଲ୍ୟୁ ୧.୫୭କୁ ହ୍ରାସ ପାଇଛି । ଏହା ପୂର୍ବରୁ ୨.୨ ଥିଲା ଆର ଭାଲ୍ୟୁ । ସେହିପରି ଆଉ ଗୋଟିଏ ସପ୍ତାହ ପୂର୍ବରୁ ଏହି ଭାଲ୍ୟୁ ୪ ଥିଲା । ଏବେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତାରେ ପୂର୍ବ ତୁଳନରେ ଆର ଭାଲ୍ୟୁ କମିଛି । ଆଇଆଇଟି ମାଡ୍ରାସର ଗଣିତଜ୍ଞ ଡକ୍ଟର ଜୟନ୍ତ ଝା କହିଛନ୍ତି କୋଲକାତା ଏବଂ ମୁମ୍ବାଇର ଆର ଭାଲ୍ୟୁ ଦର୍ଶାଉଛି କରୋନା ଏଠାରେ ଶୀର୍ଷକୁ ଛୁଇଁ ଖସି ଆସିଛି ।
କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇରେ ଆର ଭାଲ୍ୟୁ ୧ ପାଖାପାଖି ରହିଛି । ଆର ଭାଲ୍ୟୁର ଅର୍ଥ ହେଉଛି ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରିପାରେ । ଆର ଭାଲ୍ୟୁ ୧ ତଳକୁ ଖସିଲେ ମହାମାରୀର ଅନ୍ତ ଶୀଘ୍ର ଘଟିବ ବୋଲି ବିଚାର କରାଯାଏ । ଅନ୍ୟପଟେ ତୃତୀୟ ଲହରର ଶୀର୍ଷ ଅବସ୍ଥା ଆସନ୍ତା ଦୁଇ ସପ୍ତାହ ଭିତରେ ଆସିପାରେ ବୋଲି ଆଇଆଇଟି ମାଡ୍ରାସ ଆକଳନ କରିଛି ।