ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା । ବୋର୍ଡ ୱେବସାଇଟରେ ଦିଆଗଲା ସାର୍ଟିଫିକେଟର ସମସ୍ତ ତଥ୍ୟ । ସେପଟେ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା ।

611

କନକ ବ୍ୟୁରୋ: ଆସନ୍ତା ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟର ସମସ୍ତ ତଥ୍ୟ ବୋର୍ଡର ୱେବସାଇଟ୍ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ବିଏସଇଓଡ଼ିଶା ଡଟ୍ ଏସି ଡଟ୍ ଇନରେ ଛଡ଼ାଯାଇଛି । ଏହି ସାଇଟରେ କେଉଁ ସ୍କୁଲକୁ ପରୀକ୍ଷା କେନ୍ଦ୍ର, ଉତ୍ତରଖାତା ମୂଲ୍ୟାୟନ କେନ୍ଦ୍ର ଓ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସ୍କୁଲର ସେଣ୍ଟର ପଡ଼ିଛି, ସେଠାରେ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେନ୍ଦ୍ର ପାଇଁ କେଉଁ ବିଷୟରେ କେତେ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, କେନ୍ଦ୍ରରେ କେତେଜେଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ତାର ତଥ୍ୟ ରହିଛି ।

ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେଉଛି । ତା ପୂର୍ବରୁ ଆଜିଠାରୁ ପରୀକ୍ଷା ପରିଚାଳନା ହବ୍ ଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତର ଖାତା ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରୀ ୨୯ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଠାଯିବ ।