ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ: ତାରାଙ୍କ ବିସ୍ଫୋରକ ବୟାନ କହିଲେ, ଅର୍ଚ୍ଚନାଙ୍କ ଗଙ୍ଗାରେ ଗାଧୋଇଛନ୍ତି ବହୁନେତା

132

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗିରଫଦାରୀକୁ ସପ୍ତାହେରୁ ଅଧିକ ସମୟ ହୋଇଗଲାଣି । କିନ୍ତୁ ପୋଲିସର ତଦନ୍ତ କେତେ ଆଗେଇଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ଅର୍ଚ୍ଚନା ‘ନାଗ’ ଫାଶରେ ଫସିଥିବା ନେତା, ମନ୍ତ୍ରୀ, ଅଧିକାରୀ, ବ୍ୟବସାୟୀଙ୍କୁ ପୋଲିସ ପଚରାଉଚରା କରିଛି କି ନାହିଁ, ତାହା ଜଣାପଡ଼ିନାହିଁ । ତା’ଛଡ଼ା ପୋଲିସ୍ କେଉଁମାନଙ୍କୁ ସାକ୍ଷୀ ଭାବେ ପରିସରଭୁକ୍ତ କରିଛି, ତାହା ମଧ୍ୟ ଅସ୍ପଷ୍ଟ । ତେବେ ଏହାକୁ ନେଇ ନା ତଦନ୍ତକାରୀ ଅଧିକାରୀ କିଛି ସୂଚନା ଦେଉଛନ୍ତି ନା ଖୋଦ୍ ଡିସିପି କିମ୍ବା ପୋଲିସ୍ କମିଶନର କିଛି ସୂଚନା ଦେଉଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ମାମଲା ଆଗକୁ ବଢ଼ିବ କି ନାହିଁ ।

ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ?
– ଯେଉଁମାନେ ସାକ୍ଷୀ ଦେଲେ, ସେମାନେ କ’ଣ କହିଲେ?
– ଅର୍ଚ୍ଚନାଙ୍କ ଘରୁ ପୋଲିସ ନଗଦ କେତେ ଟଙ୍କା, ଦାମୀ କାର ଓ ବାଇକ ଜବତ କଲା?
– ଜେରା ବେଳେ ଜଗବନ୍ଧୁ ପୋଲିସକୁ କ’ଣ କହିଲେ?
– ଜବତ ମୋବାଇଲ ଫୋନ, ହାର୍ଡ ଡିସ୍କ. ଟାବଲେଟରୁ ପୋଲିସ କ’ଣ ପାଇଲା?
– ତଦନ୍ତକାରୀ ଅଧିକାରୀ କି ଖୋଦ୍ ଡିସିପି କିମ୍ବା ସିପି ଦେଉନାହାନ୍ତି କିଛି ସୂଚନା
– ପୋଲିସ୍ ତା’ର କେସ୍ ଡାଏରୀରେ ମାମଲାକୁ ଅନ୍ତର୍ଭୁକ୍ତ କରିବ କି ନାହିଁ?
– ସନ୍ଦେହ ପ୍ରକଟ କଲେ ବୁଦ୍ଧିଜୀବୀ ଓ ଆଇନଜୀବୀ

କାହିଁକି ମାମଲାକୁ ଆଗକୁ ବଢ଼ାଉ ନାହିଁ ପୋଲିସ?
– ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ବଡ଼ବଡ଼ିଆଙ୍କ ନାଁ
– ଏମାନଙ୍କ ନାଁ କେସ୍ ଡାଏରୀରେ ରଖିଲେ ଅଡ଼ୁଆରେ ପଡ଼ିପାରେ ପୋଲିସ
– କାରଣ ମାମଲାରେ ସାମିଲ ଏକାଧିକ ନେତା ଶାସକ ଦଳର
– ସବୁଦିଗକୁ କେସ୍ ଡାଏରୀରେ ଉଲ୍ଲେଖ ନକଲେ, ଗଣମାଧ୍ୟମରେ ହେଉଥିବା ସବୁ ଚର୍ଚ୍ଚା ବୃଥା ଯିବ
– ପୋଲିସ୍ଙ୍କୁ କାହାକୁ ପଚରାଉଚରା କରିଥିବ, ତାହା କେସ୍ ଡାଏରୀରେ ଉଲ୍ଲେଖ ହୋଇଥିବ
– ପ୍ରମାଣ ଥିବା ନେତା, ଅଧିକାରୀ, ବ୍ୟବସାୟୀଙ୍କୁ ମାମଲାର ପରିସରଭୁକ୍ତ ନକରାଯାଏ, ପୋଲିସର ବିଶ୍ୱସନୀୟତା ଓ ନିଷ୍ଠା ଉପରେ ଉଠିବ ପ୍ରଶ୍ନ
– ମାମଲାରେ ଇଡି କିମ୍ବା ଆୟକର ବିଭାଗ ତଦନ୍ତ ନକରିବା ବଢ଼ାଉଛି ସନ୍ଦେହ

ତାରାଙ୍କ ବିସ୍ଫୋରକ ବୟାନ
– ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ
– ଅର୍ଚ୍ଚନା ମାମଲା ଏକ ବଡ଼ ସେକ୍ସ ସ୍କାଣ୍ଡାଲ
– ବିଜେପି ଓ ବିଜେଡିର ବହୁ ନେତା ଅର୍ଚ୍ଚନା ଗଙ୍ଗାରେ ଗାଧୋଇଛନ୍ତି
– ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ ସଂପୃକ୍ତି ଥିବାରୁ ସ୍ଥାଣୁ ପାଲଟିଛି ପୋଲିସ
– ଅର୍ଚ୍ଚନା ଘଟଣାରେ ୭୦ କୋଟିର ଦୁର୍ନୀତି ହୋଇଥିଲେ ବି ପୋଲିସ୍ ଦେଉନାହିଁ ସୂଚନା
– ଅଞ୍ଜନା ମିଶ୍ର ମାମଲାଠାରୁ ଅର୍ଚ୍ଚନା ନାଗ ମାମଲା ଅତି ସାଂଘାତିକ
– ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରୁଛନ୍ତି ରାଜ୍ୟ ସରକାର
– ଏସଆଇଟି ଗଠନ କରାଯାଇ ହାଇକୋର୍ଟ ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଯୁବ କଂଗ୍ରେସ ପକ୍ଷରୁ ସିପି ଅଫିସ ଘେରାଉ । ଅର୍ଚ୍ଚନା ନାଗକୁ ଘଂଟ ଘୋଡ଼ାଇବାରେ ଅନେକ ଶିଳ୍ପପତି, ବ୍ୟବସାୟୀ ଓ ଶାସକ ଦଳର ନେତା ମନ୍ତ୍ରୀ ସାମିଲ ଅଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ରାଜ୍ୟରେ ଏଭଳି ରଙ୍ଗଶାଳା ଚାଲୁଛି କିନ୍ତୁ କମିଶନରେଟ୍ ପୋଲିସ କିଭଳି ଟେର ପାଉନି ବୋଲି ପ୍ରଶ୍ନ ଉଠାଇଛି ପ୍ରଦେଶ ଛାତ୍ର କଂଗ୍ରେସ । ପୋଲିସ ଏହାର ନିରପେକ୍ଷ ତଦନ୍ତ କରୁ ଯେଉଁମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ତାଙ୍କୁ ଲୋକଲୋଚନକୁ ଆଣୁ । ଏନେଇ ସିପିଙ୍କୁ ଲିଖିତ ଆକାରରେ ଏକ ଦାବି ପତ୍ର ଜଣାଇଛି ଯୁବ କଂଗ୍ରେସ ।