କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଠିକା ନିଯୁକ୍ତି ଉଛେଦ ଘୋଷଣା କରିବା ଅନେକଙ୍କ ଭିତରେ ପ୍ରଶ୍ନ ଉଠିଛି । କାହାକୁ ସରକାର ସ୍ଥାୟୀ ନିଯୁକ୍ତି ଦେବେ କାହାକୁ ବାଦ ଦେବେ ତାହା ଏବେ ସେମାନଙ୍କୁ ଆଶଙ୍କାରେ ପକାଇଛି । କାରଣ ରାଜ୍ୟରେ ୭୦ ହଜାରରୁ ଅଧିକ ଠିକା କର୍ମଚାରୀ ଥିବା ସଂଘ ପକ୍ଷରୁ ଦାବି କରାଯାଉଥିଲା । ହେଲେ, ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ସରକାର ଘୋଷଣା କରିଛନ୍ତି । ଯାହା ସନ୍ଦେହକୁ ବଢ଼ାଇ ଦେଇଛି ।
କେଉଁମାନେ ବାଦ ପଡିବେ ତାକୁ ନେଇ ଆଶଙ୍କାରେ ପଡିଛନ୍ତି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଠିକାରେ କାମ କରୁଥିବା କର୍ମଚାରୀ । ଏଥିସହ ଠିକା ନିଯୁକ୍ତି ଉଛେଦ ଘୋଷଣା କରାଯାଇଥିଲେ ବି ସେମାନଙ୍କୁ କେଉଁ ଆଧାରରେ ଦରମା ମିଳିବ । ତାହା ସ୍ପଷ୍ଟ ହୋଇନାହିଁ । କୁହାଯାଉଛି ବିଜ୍ଞପ୍ତି ଆସିଲେ ତାହା ସ୍ପଷ୍ଟ ହେବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us