ଜମ୍ମୁ-କାଶ୍ମୀରରେ ଅନୁଭୂତ ହେଲା ଭୂମିକମ୍ପ : ପହାଲଗାମ ନିକଟରେ ଭୂମିକମ୍ପର ଝଟକା ଅନୁଭୂତ ; ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ

44

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ୪.୧ତୀବ୍ରତାର ଭୂମିକମ୍ପ ଅନୁଭୂତ । ଶନିବାର ଭୋର ସମୟ ୪ଟା ୨୯ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ପହଲଗାମ ନିକଟରେ ୪ଟା ୨୯ମିନିଟରେ ମଧ୍ୟରେ କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପର ପ୍ରକୃତ କେନ୍ଦ୍ରସ୍ଥଳ ଜଣା ପଡି ନାହିଁ । ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ମିଳିନାହିିଁ ।

ଏହାପୂର୍ବରୁ ସୋମବାର ଦିନ ଜମ୍ମୁ-କଶ୍ମୀରରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ୬ଟା ୫୪ମିନିଟରେ ହାନଲିର ୫୧କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ କମ୍ପନ ଅନୁଭୂତ ହୋଇଥିବା ଜଣା ପଡ଼ିଥିଲା । ତେବେ ଗତ କିଛି ଦିନ ମଧ୍ୟରେ ଦେଶର ଅନେକ କୋଣରେ ମୃଦୁ ଭୂମିକମ୍ପ ଅନୁଭୂତ ହେଉଥିବା ଦେଖାଯାଉଛି । ମୁମ୍ବାଇ ଓ ଦିଲ୍ଲୀରେ ଗତ ୫ମାସ ମଧ୍ୟରେ ଏକାଧିକ ଥର ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଥିଲା । କିଛି ଦିନ ତଳେ ଦିଲ୍ଲୀରେ ହେଉଥିବା ମୃଦୁ ଭୂମିକମ୍ପକୁ ନେଇ ଆଗକୁ ଏକ ବଡ଼ ଭୂମିକମ୍ପ ହୋଇପାରେ ବୋଲି ଆକଳନ କରିଥିଲେ ବିଶେଷଜ୍ଞ ।