କନକ ବ୍ୟୁରୋ: ପଞ୍ଜାବରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆପ୍ । ୫ଟି ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି । ପଞ୍ଜାବରେ କିଏ ମାରିବ ବାଜି? ମୋଟ୍ ୧୧୭ ଆସନ ପାଇଁ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୯ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆମ୍ ଆଦମୀ ପାର୍ଟି । ବଡ଼କଥା ହେଲା କି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ତାଙ୍କ ପାରମ୍ପରିକ ଆସନ ଚମକୌର ଏବଂ ଭଡୋଦର ବିଧାନସଭା କ୍ଷେତ୍ରରେ ପଛୁଆ ରଖିଦେଇଛି ଆପ୍ । ଏବେର ଟ୍ରେଣ୍ଡରେ ‘ଆପ୍’ ୭୭ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୮ଟି, ସିରୋମଣି ଅକାଳି ଦଳ ୮ଟି ରହିଥିବାବେଳେ ବିଜେପି ୪ ଓ ଅନ୍ୟାନ୍ୟ ୧ଟି ଆସନରେ ରହିଛନ୍ତି
ପଞ୍ଜାବ ପତିଆରା
- କ୍ଷମତାରେ ଥିବା କଂଗ୍ରେସକୁ ଆପରୁ ବଡ ଚ୍ୟାଲେଞ୍ଜ
- ଏଗଜିଟ ପୋଲରେ କେଜ୍ରିୱାଲଙ୍କ ଦଳକୁ ବହୁମତ ସମ୍ଭାବନା
- ୨୦୧୭ରେ ୭୭ ଆସନ ଜିତି କ୍ଷମତାରେ ବସିଥିଲା କଂଗ୍ରେସ
- ସିରୋମଣି ଅକାଳୀ ଦଳ ଓ ବିଜେପିକୁ ମିଳିଥିଲା ୧୮ ଆସନ
- ୨୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ଆପ୍
- ଏଥର ବିଜେପି ସହ ହାତ ମିଳାଇଛନ୍ତି ପୂର୍ବତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
- ମୁଖ୍ୟମନ୍ତ୍ରୀ ଥାଇ ଅମରନ୍ଦରଙ୍କୁ ଦଳରୁ ବିଦା କରିଥିଲା କଂଗ୍ରେସ
- ପଞ୍ଜାବ ଲୋକ ଦଳ ଗଢି ନିର୍ବାଚନକୁ ଓହାଇଥିଲେ ଅମରିନ୍ଦର
- ସିରୋମଣି ଅକାଳି ଦଳ ସହ ହାତ ମିଳାଇଛି ବିଏସପି
- ପଞ୍ଜାବରେ ଅଛି ମୋଟ୍ ୧୧୭ଟି ବିଧାନସଭା ଆସନ