ଚାଷୀ ଆନ୍ଦୋଳନକୁ ନେଇ ପଂଜାବ ଓ ହରିଆଣା ମୁଖ୍ୟମନ୍ତ୍ରୀ ମୁହାଁମୁହିଁ । ଚାଷୀଙ୍କୁ ଲାଠିଚାର୍ଜ କରାଯିବା ନେଇ ହରିୟାଣା ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କଲେ ପଂଜାବ ମୁଖ୍ୟମନ୍ତ୍ରୀ

133

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ପାଇଁ ମୁହାଁମୁହିଁ ହେଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ହରିଆଣାରେ ଚାଷୀଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ ହରିୟାଣା ସରକାରଙ୍କୁ ସମାଲୋଚନା କଲେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ହରିୟାଣା ସରକାରଙ୍କ ଚାଷୀଙ୍କ ପାଇଁ ସବୁ ଏଜେଣ୍ଡା ଫେଲ୍ ମାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ।

ସେପଟେ ପଂଜାବ ମୁଖମନ୍ତ୍ରୀଙ୍କ ବୟାନକୁ ନେଇ ପାଲଟା ଜବାବ ରଖିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ହରିଆଣାରେ ଚାଷୀ ହିଂସା ପଛରେ ପଂଜାବ ସରକାର ଦାୟୀ । ସେପଟେ ଚାଷୀଙ୍କ ଉପରେ ଲାଠିରାର୍ଜକୁ ନେଇ ସୋମବାର ହରିଆଣାରେ ବସିଛି ଚାଷୀଙ୍କ ବଡ ସମାବେଶ । ଚାଷୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଘଟଣାକୁ ନେଇ ହରିଆଣା କରନଲରେ ଶତାଧିକ ସଂଖ୍ୟକ ଚାଷୀ ଧାରଣା ଦେଇଛନ୍ତି ।

ଚଣ୍ଡିଗଡରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏଠାରେ ଶତାଧିକ ସଂଖ୍ୟକ ଚାଷୀ ପହଁଚି ଜୋରଦାର ବିକ୍ଷୋଭ କରିଛନ୍ତି । ଚାଷୀଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ ପ୍ରବଳ ପ୍ରତିବାଦ କରାଯାଇଛି । ଚାଷୀମାନେ ଏନେଇ ସରକାରଙ୍କୁ ଘେରିଛନ୍ତି ।