ଖଲିସ୍ତାନୀ ଆତଙ୍କୀ ପାଇଁ ବିଗୁଡୁଛି ସମ୍ପକ’ । ଭାରତ-ଆମେରିକା ମଧ୍ୟରେ ତିକ୍ତତା!

197

କନକ ବ୍ୟୁରୋ : ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଛି । ପନ୍ନୁକୁ ହତ୍ୟା କରିବା ପାଇଁ ଦୁଇଜଣ ଭାରତୀୟ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆମେରିକା । ନିଖିଳ ଗୁପ୍ତା ନାମକ ଭାରତୀୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ସହ ତାଙ୍କୁ ଗିରଫ ମଧ୍ୟ କରିସାରିଛି ଆମେରିକା । ନିଖିଲଙ୍କୁ ଏନେଇ ଭାରତର ଜଣେ ପୂର୍ବତନ ସିଆରପିଏଫ ଅଧିକାରୀ ମୋଟା ଅର୍ଥ ଟଙ୍କା ଦେଇ ପନ୍ନୁକୁ ହତ୍ୟା କରିବାକୁ କହିଥିବା ନିଜ ଚାର୍ଜସିଟରେ କହିଛି ଆମେରିକା ପୁଲିସ । ଘଟଣାକୁ ନେଇ ଆମେରିକା ବୈଦେଶିକମନ୍ତ୍ରାଳୟ ସଚିବ ଆନ୍ଥୋନୀ ବ୍ଲିକେଂନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବ୍ଲିକେଂନ କହିଛନ୍ତି ଭାରତକୁ ଘଟଣା ସମ୍ବନ୍ଧରେ ସୂଚନା ଦିଆଯାଇଛି । ହତ୍ୟା ଷଡଯନ୍ତ୍ର ମାମଲା ଏକ ଗମ୍ଭୀର ମାମଲା ଅଟେ । ଅଭିଯୋଗ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଆମେରିକା ନଜର ରଖିଛି ।

ଆମେରିକାର ଅଭିଯୋଗ
-ଗୁରୁପତୱନ୍ତ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଛି
-ଷଡ଼ଯନ୍ତ୍ର ପଛରେ ୨ଜଣ ଭାରତୀୟଙ୍କ ହାତ ରହିଛି
-ଜଣେ ପୂର୍ବତନ ସିଆରପିଏଫ ଅଧିକାରୀଙ୍କ ସମ୍ପୃକ୍ତି ରହିଛି
– ନିଖିଲ ଗୁପ୍ତାଙ୍କୁ ଯୋଗାଯୋଗ କରି ପନ୍ନୁର ହତ୍ୟା ପାଇଁ କହିଥିଲେ ଅଧିକାରୀ
-ପ୍ରମାଣ ଆଧାରରେ ନିଖିଲ ଗୁପ୍ତା ଗିରଫ କରିଛି ଆମେରିକା
-ଆମେରିକା ଏଜେଂଟକୁ ସୁପାରୀ ଦେଇଥିଲା ନିଖିଲ
-ହତ୍ୟା ପାଇଁ ମୋଟ୍ ୮୩ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା
-ଆମେରିକାରେ ରହୁଛନ୍ତି ନିଖିଲ ଗୁପ୍ତା

ଆମେରିକାର ଅଭିଯୋଗକୁୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ । ଭାରତ ବୈଦେଶିକମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯଦି ଆମେରିକାର ଅଭିଯୋଗ ସତ ହୋଇଥିଲେ ସାଂଘାତିକ । ଏହା ଭାରତୀ ନୀତି ବିରୋଧୀ । ଭାରତ ହିଂସା, ଅପରାଧ ଓ ଆତକବାଦର ଘୋର ବିରୋଧ । କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି ।

କିଛି ଦିନ ହେବ ନିହତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ କୁଟନୀତି ସର୍ମ୍ପକ ଉପରେ ବଡ ପ୍ରଭାବ ପକାଇଥିଲା । ତେବେ କାନାଡ଼ା ପ୍ରମାଣ ନଦେଇପାରିବାରୁ ମୁଣ୍ଡ ନୁଆଁଇଥିଲା ।ଏବେ ପ୍ରମାଣ ସହ ଆମେରିକାର ସମାନ ଅଭିଯୋଗ କରିବା ପରେ ଆଗକୁ ଭାରତର ଆଭିମୁଖ୍ୟ କ’ଣ ରହିବ ଏହା ଉପରେ ନଜର ରହିଛି ।