ଚର୍ଚ୍ଚାରେ ମିଜୋରମ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ମିଜୋରମରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ

220

କନକ ବ୍ୟୁରୋ : ମିଜୋରମର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ଗୋଆ କ୍ୟାଡରର ପୂର୍ବତନ ଆଇପିଏଏସ ଅଧିକାରୀଙ୍କ ଜୀବନଯାତ୍ରା ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ଲାଲଦୁହୋମା ନିଜ ପ୍ରଶାସନିକ ଅଧିକାରୀରୁ ରାଜନେତା ଜୀବନ ଅନେକ ଉଥାନପତନ ଦେଖିଥିଲେ । କେବଳ ସେତିକି ନୁହେଁ ଏହି ସଚ୍ଚୋଟ ଆଇପିଏସ ଅଧୀକାରୀ ଅତିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୁଖ୍ୟ ସୁରକ୍ଷାକର୍ମୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇସାରିଛନ୍ତି ।

ସୁରକ୍ଷା ମୁଖ୍ୟରୁ ମିଜୋରମ ମୁଖ୍ୟମନ୍ତ୍ରୀ

– ୭୩ ବର୍ଷୀୟ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ
– ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ
– ଇନ୍ଦିରାଙ୍କ ମୃତ୍ୟୁ ବର୍ଷ ଲାଲଦୁହୋମା କଂଗ୍ରେସ ଟିକେଟରେ ଲଢି଼ଥିଲେ
– କିନ୍ତୁ ପିପୁଲ୍ସ କନଫରେନ୍ସ ପାର୍ଟିର ପ୍ରାର୍ଥୀଙ୍କଠାରୁ ୮୪୬ ଭୋଟରେ ହାରିଥିଲେ
– ସେହିବର୍ଷ କଂଗ୍ରେସ ଟିକେଟରେ ଲୋକସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ
– ୧୯୮୬ରେ କଂଗ୍ରେସ ଛାଡି଼ଥିଲେ ଲାଲଦୁହୋମା

ମିଅାଁମାର ସୀମାବର୍ତୀ ଚଂଫାଇ ଜିଲ୍ଲାରେ ଲାଲଦୁହୋମାଙ୍କ ଜନ୍ମ । ପାଠପଢାରେ ବେଶ ଧୁରନ୍ଧର ଥିବାରୁ ଉଚ୍ଚଶିକ୍ଷା ଗ୍ରହଣ ପରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସଚ୍ଚୋଟତା ପାଇଁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଧ୍ୟାନ ଆକର୍ଷଣ କରିଥିଲେ ଲାଲଦୁହୋମା । ୧୯୮୨ ମସିହାରେ ଦିଲ୍ଲୀ ସ୍ଥାନାନ୍ତର ହେବା ସହ ଇନ୍ଦିରାଙ୍କ ମୁଖ୍ୟ ସୁରକ୍ଷା ଦାୟିତ୍ୱରେ ରହିଲେ । ୧୯୮୪ ମସିହାରେ ଆଇପିଏସ ଅଧିକାରୀରୁ ଅବସର ନେବା ପରେ କଂଗ୍ରେସରେ ଯୋଗ ଦେଇଥିଲେ ।
ସଚ୍ଚୋଟତା ପାଇଁ ସାବାସୀ ପାଉଥିଲେ

କଂଗ୍ରେସ ଛାଡି଼ବା ପରେ ପ୍ରଥମ ସାଂସଦ ଭାବେ ଦଳ ବଦଳ ଆଇନରେ ସାଂସଦ ପଦ ହରାଇଲେ

– ୨୦୧୮ରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ
– କଂଗ୍ରେସ ବ୍ୟତୀତ ଏମଏନଏଫ ଦଳରେ ମଧ୍ୟ କିଛିଦିନ ରହିଥିଲେ
– ମିଜୋରାମରେ ଜେଡ୍ପିଏମ ଦଳ ଗଠନରେ ପ୍ରମୁଖ ଭୂମିକା ନେଇଥିଲେ
– ୨୦୧୯ରେ ଜେଡ୍ପିଏମକୁ ରାଜନୈତିକ ଦଳ ଭାବେ ପଞ୍ଜିକରଣ କଲେ
– ୨୦୨୩ ବିଧାନସଭା ନିର୍ବାଚନରେ ତାଙ୍କୁ ଇଦ୍ଭୁତପୂର୍ବ ସଫଳତା ମିଳିଛି

ମିଜୋରାମରେ ଗତ ୩୬ ବର୍ଷର ଧାରା ଭାଙ୍ଗିଛି । ୩ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ଓ ମିଜୋ ନ୍ୟାସନାଲ ଫ୍ରଣ୍ଟ ହାତରେ ମିଜୋରାମର କ୍ଷମତା ରହିଆସୁଥିଲା । ଏଥର କିନ୍ତୁ ପ୍ରଥମ ପଦାର୍ପଣରେ ବାଜି ମାରି ନେଇଛି ଜେଡ୍ପିଏମ ଅର୍ଥାତ ଜୋରାମ ପିପୁଲ୍ସ ମୁଭମେଂଟ । ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୨୭ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ଜେଡ୍ପିଏମ । ଆଉ ପ୍ରଥମଥର ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଦଳର ମୁଖ୍ୟ ଲାଲଦୁହୋମା