କନକ ବ୍ୟୁରୋ: ରବିବାର ଠାରୁ ପଂଜାବ ଓ ହରିଆଣାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । ହରିଆଣାରେ ଚାଷି ଆନ୍ଦୋଳନ ତେଜିବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ । ଧାନ କିଣାରେ ବିଳମ୍ବ ହେଉଥିବାରୁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଥିଲା । ହଜାର ହଜାର ସଂଖ୍ୟାରେ ଚାଷୀ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଧାରଣାରେ ବସିଥିଲେ ।
ଦୀର୍ଘ ଘଂଟା ଧରି ବିରୋଧ ପ୍ରଦର୍ଶନ ପରେ କେନ୍ଦ୍ର ଖାଦ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ରାଜ୍ୟରେ ମୌସୁମୀ ବିଳମ୍ବ ଥିବାରୁ ଅକ୍ଟୋବର ୧୧ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ରସରକାର ନିଷ୍ପତି ନେଇଥିଲେ । ହେଲେ ବର୍ଷା ପାଇଁ ଶଷ୍ୟ ନଷ୍ଟ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/2021_10largeimg_1694703482-n3dgMW.jpeg)