ଡକ୍ଟର ଶରତ ଚନ୍ଦ୍ର ସାମଲ
ଶିକ୍ଷା ଓ ଅନୁସନ୍ଧାନ ଡିମିଡ୍ ବିଶ୍ୱ ବିଦ୍ୟାଳୟ

Advertisment

କନକ ବ୍ୟୁରୋ: ସାତଭାୟା, କେନ୍ଦ୍ରାପଡାର ଏକ ପରିଚିତ ଗାଁ । ଏକ ଐତିହ୍ୟସମ୍ପନ୍ନ , ପ୍ରାକୃତିକ ଶୋଭାରାଶିରେ ବିମଣ୍ଡିତ ଏକ ବିଚ୍ଛିନ୍ନାଞ୍ଚଳ । କେଉଁ ଅନାଦି କାଳରୁ ଏହାର ଅବସ୍ଥିତି, ତାହାର ସଠିକ୍ ତଥ୍ୟ ସହଜସାଧ୍ୟ ନୁହେଁ । କିମ୍ବଦନ୍ତି ଓ ଲୋକକଥାରେ ପ୍ରଚଳିତ ତା’ର ଇତିହାସ ଆଜି ଅବଲୁପ୍ତ । ଦିନ ଥିଲା ଏହି ଇଲାକା ଘିଅ ମହୁର ରାଜ୍ୟ ଥିଲା । ସାତଭାୟା ନୈସର୍ଗିକ ପ୍ରାକୃତିର ଶୋଭାରାଜିର ଗନ୍ତାଘର । ଅପରୂପ ସୌନ୍ଦର୍ଯ୍ୟର ଲୀଳାସ୍ଥଳୀ । ନୀଳିମାର ଅଫୁରନ୍ତ ଉତ୍ସ ବାଲୁକା ବେଳାରେ ଝାଉଁ ବଣର ସୁମଧୁର ସଙ୍ଗୀତ ସବୁ ପ୍ରାଣକୁ ମୁଗ୍ଧ କରୁଥିଲା । ସାଗରର ନୀଳ ତରଙ୍ଗମାଳା, ହେନ୍ତାଳ ବଣ ଓ ସବୁଜିମର ଏକ ଅନନ୍ୟ ପସରା, ନିରୋଳା ସାଗର ବେଳା ପ୍ରତି ଦର୍ଶକ ପ୍ରାଣରେ ଶତଇନ୍ଦ୍ରଧନୁର ବର୍ଣ୍ଣବିଭା ସୃଷ୍ଟି କରୁଥିଲା । ସାତାଭାୟା ଥିଲା ଛବିଳ ଓ ଏହି ଭୂମି ଅଧିବାସୀଙ୍କ ଆତିଥେୟତାରେ ଉଜ୍ୱର୍ସ୍ୱକ । ନିରାଡମ୍ବର ସରଳ ଜୀବନ ଶୈଳୀ ସହିତ ଶିକ୍ଷାଦୀକ୍ଷାରେ ପରିପୂର୍ଣ୍ଣ ଏହି ଅଧିବାସୀଙ୍କର ଦୀର୍ଘ ୫୦ ବର୍ଷର ସ୍ୱପ୍ନ ଓ ସଂଗ୍ରାମ ଓ ସାହାସ ବଳରେ ସ୍ୱପ୍ନଗ୍ରାମ ବାସ୍ତବତାର ଆଦର୍ଶ ଗାଁରେ ପରିଣତ ହୋଇଛି ବଗପାଟିଆ ଗାଁରେ । ଏହା ଏକ ଆଦର୍ଶ ଆଶୀର୍ବାଦ ପରଲକ୍ଷିତ ହୋଇଛି ସାତଭାୟାବସୀଙ୍କ ପ୍ରତିଟି ମର୍ମରେ । ଐତିହାସିକ ତଥା ତଅପୋଇର ଗାଁ ସାତଭାୟା, ଅତୀତର ନୌବାଣିଜ୍ୟ, ଦକ୍ଷ ସାଧବ ଭାଇଙ୍କ ବିଭବଶାଳୀ ଏହି ଗାଁ ମାଟି ହଜିଯିବ ଇତିହାସ ପୃଷ୍ଠାରେ, ସ୍ମତିର ଅତଳ ଗର୍ଭରେ କାହାଣୀ ହୋଇଯିବ, ପୂର୍ବପୁରୁଷମାନଙ୍କ କଥାରେ ଜୀବନ୍ତ ବର୍ଣ୍ଣନାରେ । ଏଇ ତ ଜୀବନ, ପରିବର୍ତ୍ତନର ସ୍ୱର ।

ସାତଭାୟାର ପୁନଃବସତି ଓ ଥଇଥାନର ଦୀର୍ଘ ୫୦ ବର୍ଷର ଯାତ୍ରା ଓ ସଂଗ୍ରାମ ବଳରେ ଯାହାଙ୍କ ଅଦମ୍ୟ ନିଠା , ନେତୃତ୍ୱ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ରାଜନୈତିକ ନେତୃବୃନ୍ଦ ଓ ଅଫିସରଙ୍କ ସମ୍ମୁଖରେ ଏହି ସମସ୍ୟାକୁ ଉପସ୍ଥାପନ କରିଥିଲ ସେ ବ୍ୟକ୍ତିି କିଏ? ସେ ହେଊଉଛନ୍ତି ସାତଭାୟା ନିବସାସୀ ଧରଣୀଧର ରାଉତ, ଯିଏ ୧୯୭୧ ମସିହାର ପ୍ରଳୟଙ୍କରୀ ସାମୁଦ୍ରିକ ଜୁଆରରେ ଭାସିଯାଇଥିଲେ । ହେଲେ ମା’ ପଞ୍ଚବରାହୀଙ୍କ ଆଶିଷରୁ ବଞ୍ଚିଗଲେ । ଏବଂ ସେହିଦିନ ଠାରୁ ଏହି ବିସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ । ୧୯୭୧ ମସିହାର ବାତ୍ୟା ସମୟରେ ଭାରତ ବର୍ଷର ସର୍ବଶ୍ରେଷ୍ଠ କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତଃ ବିଜୁ ବାବୁ ସାତଭାୟାବସୀଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅନୁଭବ କଲେ ଏବଂ ସେତେବେଳେ ସେ ଥାନ୍ତି ରାଜନଗରର ବିଧାୟକ । ତାଙ୍କ ଦ୍ୱାରା ସାତଭାୟାବସୀଙ୍କ ଥଇଥାନ ପାଇଁ ୧ କୋଟି ଟଙ୍କା ମଂଜୁର ହୋଇଥିଲା । ଟଙ୍କା ସିନା ମଂଜୁର ହେଲା ହେଲେ କାର୍ଯ୍ୟକାରୀ ହେଲା ନାହିଁ । ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ତାହା ନିଷ୍ଫଳ ହେଲା । ଧର୍ମଘଟ, ମହିଳାମାନଙ୍କ ଦ୍ୱାରା ଅନଶନ , ଖରବ କାଗଜରେ ବାରମ୍ବାର ପ୍ରକାଶିତ ଆଦି ଜନସଚେତନତା କାର୍ଯ୍ୟକ୍ରମ କରାଗଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲା ନାହିଁ । ଏପରିକି ଦିଲ୍ଲୀ ଦରବାର ଓ ବିଧାନସଭାରେ ଏକଥା ବହୁବାର ଆଲୋଚନା କରାଯାଇଛି । କିନ୍ତୁ ଫଳଶୂନ୍ୟ ହୋଇଛି । ୨୦୧୩ ମସିହାରେ ଡକ୍ଟର ରାଉତଙ୍କ ସହାୟତାରେ ଯେଉଁ ସାତଭାୟାର ଯୁବକମାନେ ଦାଦନ ଶମିକ ରୂପେ କାର୍ଯ୍ୟ କରୁଥିଲେ । ସେମାନେ ଗାଁ ମାଟିକୁ ଭଲ ପାଇବା ଓ ବିସ୍ଥାପନ ପାଇଁ ଏକତ୍ର ହୋଇ ଆର୍ଥିକ ସହାୟତା ସହିତ ୨୦୦ ଯୁବକ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ସମ୍ୁଖରେ ଆମରଣ ଅନଶନ କରିବାକୁ କଠୋର ନିଷ୍ପତ୍ତି ନେଲେ । ୧୯.୧୦.୦୧୦ ମସିହାରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିଷ୍ପତ୍ତି ୨୦୧୦ ଜୁନ୍ ୧୧ ତାରିଖରେ ଚିଠି ନମ୍ବର ୪୫୨୬୦ ପ୍ରକାଶିତ ହେଲା । ଏବଂ ତାହା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ମହୋଦୟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ଅନଶନ ଧର୍ମଘଟରେ ସେ ସମୟର ବିଧାୟକ ଶ୍ରୀଯୁକ୍ତ ଅଲେଖ ଜେନା , ବର୍ତ୍ତମାନର ବିଧାୟକ, ଧୃବ ସାହୁ ଏବଂ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଏସବୁ ଯୋଗସୂତ୍ର ହିଁ ଡ. ରାଉତଙ୍କ ଦ୍ୱାରା ସମ୍ଭବ ହୋଇଥିଲା । ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଅଧିବେଶନରେ ନିଷ୍ପତ୍ତି ଅନୁଯାୟୀ ୭୧୧ ପରିବାରକୁ ଚିହ୍ନଟ କରିବାକୁ ସ୍ଥିର କାଯାଥିଲା । କିନ୍ତୁ ପରିତାପର ବିଷୟ ୭୧୧ ପରିବାର ପରିବର୍ତ୍ତେ ୫୭୧ ପରିବାରକୁ ସାତଭାୟାବସୀଙ୍କ ବିନା ଅଗୋଚରରେ ବିନା ବିଜ୍ଞାପନରେ ଚିହ୍ନଟ କରାଗଲା । ରାଜନୈତିକ ବିଦ୍ୱେଷ ମନୋଭାବ ରଖି ଏହା କରାଯାଇଥିଲା । ବାସ୍ତୁହରା ଓ ଦୁର୍ଦ୍ଦଶାରେ ଚୀର ପ୍ରପୀଡିତ ବିପନ୍ନ ଲୋକମାେ ବାଧ୍ୟହୋଇ ନ୍ୟାୟାଳୟରେ ଆଶ୍ରୟ ନେଲେ । ନ୍ୟାୟାଳୟ ଲୋକମାନଙ୍କୁ ଉଚିତ ନ୍ୟାୟ ଦେଇଥିଲେ ମଧ୍ୟ ତାହା ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ।

ଅର୍ଦ୍ଧଶତାବ୍ଦି ଧରି ଦୁଃଖ ଦୁର୍ଦ୍ଦଶାରେ ସଢୁଥିବା ବିପନ୍ନ ସାତଭାୟାବାସୀଙ୍କର ଓ ବିଜୁବାବୁଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବାରେ ଓ ଏହି ଅସମାହିତ ସମସ୍ୟାକୁ ସମାଧାନ କରିବାରେ ଦୃଢ ସଂକଳ୍ପ ନେଲେ ଆଜିର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁବାବୁଙ୍କର ଉତ୍ତରଦାୟିତ୍ୱ ଓ ଯୋଗ୍ୟ ସ୍ତାନ ରୂପେ ପ୍ରମାଣ କରିଦେଲେ । ସାତଭାୟାବାସୀଙ୍କ ପାଇଁ ସେତେବେଳର ରାଜସ୍ୱ ସଚିବ ଶ୍ରୀଯୁକ୍ତ ତାରାଦତ୍ତଙ୍କର ଦୃଢ ପଦକ୍ଷେପ ପାଇଁ ଏହା କାର୍ଯ୍ୟକାରୀ ହେଲା । ଏହାର ମୂଳରେ ଥିଲେ ସେଠିକାର ବାସିନ୍ଦା ୧୯୭୧ ମସିହା ବାତ୍ୟାରେ ଭାସିଯାଇ ବଞ୍ଚିଥିବା ମଣିଷଟି ଧରଣୀଧର ରାଉତଙ୍କ କର୍ତ୍ତବ୍ୟନିଷ୍ଠା ଓ ଦୃଢ ମନୋବାଳ, ତାଙ୍କର ଦୀର୍ଘ ୫୦ ବର୍ଷର ଅନବରତ ସଂଗ୍ରାମ ସମ୍ବାଦପତ୍ରଠାରୁ ଆରମ୍ଭ କରି ବିଧାନସଭା ଓ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅପ୍ରତିହତ ନିବେଦନ ଅନଶନ ଧର୍ମଘଟ ପ୍ରଭୃତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ତାଙ୍କର ଗାଁ ମାଟିକୁ ନିର୍ମଳ ଭଲପାଇବାରେ ପରାକାଷ୍ଠା । ଏପରିକି ସାତଭାୟାର ଆରାଧ୍ୟ ଦେବୀଙ୍କୁ ବଗପଟିଆକୁ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଏହି ଦୁଃସାଧ୍ୟ କାର୍ଯ୍ୟକୁ ନିଜ ନେତୃତ୍ୱରେ ଏହା ସମ୍ଭବ କରିପାରିଥିଲେ । ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶୃଙ୍ଖଳାର ସହିତ ମା’ଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ଭବ ହୋଇଥିଲା । ଗାଁ ଲୋକମାନଙ୍କର ୍ରାର୍ଥିକ ସହଯୋଗରେ ଭବ୍ୟମନ୍ଦିର ନିର୍ମାଣ କରାଯାଇ ମା’ଙ୍କୁ ପ୍ରତିଷ୍ଠା କରାଗଲା । ଏହା କେବଳମ୍ମ୍ବ ହୋିଛି ଶ୍ରୀଯୁକ୍ତ ରାଉତଙ୍କର ଆତ୍ମପ୍ରତ୍ୟୟ, ଠାକୁରାଣୀଙ୍କ ପ୍ରତି ଗଭୀର ଆସ୍ଥା ଓ ନିଷ୍ଠା ପାଇଁ । ଦୀର୍ଘ ୧୦ ିଲୋମିଟର ବିପଦସଙ୍କୁଳ ଯାତ୍ରାପଥ, ଖରସ୍ରୋତା ପ୍ରବାଳ କୁମ୍ଭିରିଆ ବାଉଁଶଗଡ ଗୁଆରିଆ ନଦୀରେ ପାଞ୍ଚଟି ବୃହତ୍ତ ମୁଗୁନିପଥର ପ୍ରତିମାକୁ ସ୍ଥାନନ୍ତରଣ କରିବାର ସହଜ ନଥିଲା । ଏହାର ଅନ୍ତରାଳରେ ବହ ୁବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡିଥିଲା ।

ଦୀର୍ଘ ଅର୍ଦ୍ଧଶତାବ୍ଦୀର ବିସ୍ଥାପନ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମାଧାନ କରିଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧାରିତ ୭୧୧ ପରିବାରରୁ ୫୭୧ ପରିବାରକୁ ଘର ଯୋଗାଇଦିଆଯାଇଛି । ଅନ୍ୟମାନେ ବାସ୍ତୁହରା ହୋଇ ବୁଲୁଛନ୍ତ । ରାସ୍ତାଘାଟ, ବିଦ୍ୟାଳୟ ନିର୍ମାଣ, ଶିକ୍ଷକ ନିଯକ୍ତି ଆଦି କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ହିଛି । ଜୀବନ ସିନା ବଞ୍ଚିଛି ହେଲେ ଜୀବିକା ବିହୀନ ଲୋକମାନେ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ସରକାରଙ୍କ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଓ ଏହି ଆଦର୍ଶ ଗ୍ରାମର ସଫଳ ରୂପାୟନ ପାଇଁ ସାିଭାୟାବାସୀ ନିବେଦନ କରିଚାଲିଛନ୍ତି । କେବେଳ ତାହା ପୂର୍ଣ୍ଣାଙ୍ଗ ହେବ ଏବେ ମଧ୍ୟ ଏହା ଏକ ବଡ ପ୍ରଶ୍ନ ହୋଇ ରହିଛି ।