ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର । ଡିସେମ୍ବର ୨୩ ତାରିଖ ସୁଦ୍ଧା ପୁରୀ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି  

187

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀଙ୍କ ମନ୍ଦିର । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ୩ ତାରିଖରୁ ଖୋଲିବ । ୭ ଦିନ ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ହେବ ମାର୍ଗଦର୍ଶିକା । କୋଭିଡକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ପ୍ରସ୍ତୁତ ହେବ । ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ସ୍ଥାନୀୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ଘୋଷଣା କରିଛନ୍ତି । ଡିସେମ୍ବର ୨୩ରୁ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପ୍ରବେଶ ପାଇଁ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।  କେଉଁ ତାରିଖରେ କେଉଁ ୱାର୍ଡବାସୀ ଦର୍ଶନ କରିବେ ତାହା ସ୍ଥିର କରାଯିବ । ୱାର୍ଡ ୱାରୀ ହେବ ଟୋକନ ବ୍ୟବସ୍ଥା । ସ୍ୱଚ୍ଛସାଥୀ ପ୍ରତି ୱାର୍ଡରେ ଘର ଘର ବୁଲି ଭକ୍ତଙ୍କ ତାଲିକା କରିବା ସହ ଟୋକନ ବାଂଟିବେ । ଜାନୁଆରୀ ୧ ଓ ୨ରେ ନୂଆବର୍ଷ ପାଇଁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ ।