ଶ୍ରୀମନ୍ଦିରରେ ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ପ୍ରଣାଳୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
କନକ ବ୍ୟୁରୋ : ଶ୍ରୀମନ୍ଦିରେ ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ପ୍ରଣାଳୀ । ରେଶମ ପୋକ ମରା ନଯାଇ ଏହି ବସ୍ତ୍ର ନିର୍ମାଣ ହେବ । ଆଗାମୀ ରଥଯାତ୍ରା ପ୍ରସଙ୍ଗରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ହ୍ୟାଣ୍ଡଲୁମ୍ ଟେକ୍ସଟାଇଲ ବିଭାଗ ସହଯୋଗରେ ରେଶମ କପଡ଼ାରେ ଗୀତଗୋବିନ୍ଦ ଖଣ୍ଡୁଆପାଟ ପ୍ରସ୍ତୁତ କରାଯିବା ନେଇ ଏଥିରେ ଆଲାଚନା ହୋଇଛି । ଏହାସହ ବୈଠକରେ ସ୍ନାନ ଯାତ୍ରା ଠାରୁ ରଥ ପର୍ଯ୍ୟନ୍ତ ନୀତି ଓ ବ୍ୟବସ୍ଥାବଳୀ ଅନୁମୋଦନ ଲାଭ କରିଛି । ଏହାସହ ଗୁରୁକୂଳ ସମ୍ବନ୍ଧରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟର ସୁଦୃଢ଼ିକରଣ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ବାହାର କାର୍ଯ୍ୟ ଉପରେ ପ୍ରାଥମିକତା ଦିଆଯାଇଛି ।