କନକ ବ୍ୟୁରୋ : ଶ୍ରୀମନ୍ଦିରର ୩ ଦ୍ୱାରର ମରାମତି ସହ ରୂପା ଛାଉଣି କରାଯିବ । ଶ୍ରୀମନ୍ଦିରର ତିନି ଦ୍ୱାରକୁ ରୂପା ଛାଉଣୀ କରିବା ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି । ଦ୍ୱାରଗୁଡିକର ଅନୁଧ୍ୟାନ କରିବା ପାଇଁ ମୁମ୍ବାଇରୁ ଏକ ୫ ଜଣିଆ ଟିମ ପୁରୀ ଆସିଛନ୍ତି । ମୁମ୍ବାଇରୁ ଆସିଥିବା ୫ ଜଣିଆ ବିଶେଷଜ୍ଞ ଦଳ ଶ୍ରୀମନ୍ଦିର ଭିତରେ ପଶି ଦ୍ୱାରଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ଦ୍ୱାରଗୁଡିକର ମାପଚୁପ କରିଥିବା ଜଣାପଡିଛି ।

Advertisment

ପୂର୍ବରୁ ଶ୍ରୀମନ୍ଦିରର କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାରର କବାଟକୁ ରୂପା ଛାଉଣି କରାଯିବ ବୋଲି ସୂଚନା ମିଳିଥିଲା । ଏହି ସମସ୍ତ ଦ୍ୱାରକୁ ମରାମତି କରାଯାଇ ଏହା ଉପରେ ରୂପା ଚାଦରର ଆସ୍ତରଣ ଦିଆଯିବ । ରାଜସ୍ଥାନର କାରିଗରମାନେ ଆସି ଏହି କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।