ପ୍ରବଳ ବର୍ଷା ପରେ ମୁମ୍ବାଇରେ ବଢିଲା ସମସ୍ୟା। ଅନେକ ସ୍ଥାନରେ ଭରିରହିଛି ପାଣି, ସତର୍କ କଲା ବିଏମସି ...

Advertisment
ପ୍ରବଳ ବର୍ଷା ପରେ ମୁମ୍ବାଇରେ ବଢିଲା ସମସ୍ୟା। ଅନେକ ସ୍ଥାନରେ ଭରିରହିଛି ପାଣି, ସତର୍କ କଲା ବିଏମସି ...

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଥାଣେରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରିରହିଛି । ବର୍ଷା କାରଣରୁ ଜନଜୀବନ ବ୍ୟାପକଭାବେ ପ୍ରଭାବିତ ହେବାରେ ଲାଗିଛି । ବର୍ଷା କାରଣରୁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କିଛି ସ୍ଥାନରେ ଘରେ ପାଣି ପଶିଥିବା ବେଳେ ଆଉ କିଛି ସ୍ଥାନରେ ଘର ଭାଙ୍ଗିମଧ୍ୟ ଯାଇଛି । ସଡକରେ ପାଣି ଜମିବା କାରଣରୁ ଅନେ୍ଧରୀ ଅଞ୍ଚଳରେ ଗାଡିମୋଟର ଯାତାୟତକୁ ରୋକିଦିଆଯାଇଛି । ସେହିପରି ମଲାଡ ଅଞ୍ଚଳରେ ଗଛ ପଡିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୪ରୁ ୫ ଦିନ ଦେଶର ଆର୍ଥିକ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଅଞ୍ଚଳ ଯାଞ୍ଚ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ କିଛି ସଙ୍କଟ ସ୍ଥିତି ଦେଖାଦିଏ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe