କନକ ବ୍ୟୁରୋ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଥାଣେରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରିରହିଛି । ବର୍ଷା କାରଣରୁ ଜନଜୀବନ ବ୍ୟାପକଭାବେ ପ୍ରଭାବିତ ହେବାରେ ଲାଗିଛି । ବର୍ଷା କାରଣରୁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କିଛି ସ୍ଥାନରେ ଘରେ ପାଣି ପଶିଥିବା ବେଳେ ଆଉ କିଛି ସ୍ଥାନରେ ଘର ଭାଙ୍ଗିମଧ୍ୟ ଯାଇଛି । ସଡକରେ ପାଣି ଜମିବା କାରଣରୁ ଅନେ୍ଧରୀ ଅଞ୍ଚଳରେ ଗାଡିମୋଟର ଯାତାୟତକୁ ରୋକିଦିଆଯାଇଛି । ସେହିପରି ମଲାଡ ଅଞ୍ଚଳରେ ଗଛ ପଡିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Advertisment

ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୪ରୁ ୫ ଦିନ ଦେଶର ଆର୍ଥିକ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଅଞ୍ଚଳ ଯାଞ୍ଚ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ କିଛି ସଙ୍କଟ ସ୍ଥିତି ଦେଖାଦିଏ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।