ଦେଶରେ ବଢ଼ୁଛି ବେକାରି ସମସ୍ୟା : ସରକାରୀ ଚାକିରିକୁ ଅନାଇ ରହିଛନ୍ତି ଯୁବପିଢ଼ି

ଦେଶରେ ବଢ଼ୁଛି ବେକାରି ସମସ୍ୟା : ସରକାରୀ ଚାକିରିକୁ ଅନାଇ ରହିଛନ୍ତି ଯୁବପିଢ଼ି

କନକ ବ୍ୟୁରୋ : କେମିତି ମିଳିବ ଚାକିରି ? କେବେ ମିଳିବ ନିଯୁକ୍ତି ? ଏନେଇ ଯୁବପିଢିଙ୍କ ମନରେ ସବୁବେଳେ ପ୍ରଶ୍ନ ଉଙ୍କିମାରିଥାଏ । ଆଉ ଯେତେବେଳେ ନିଯୁକ୍ତି ମିଳିବା କଥା ଶୁଣିବାକୁ ମିଳେ, ସେତେବେଳେ ଖୁସି କହିଲେ ନସରେ । ଦେଶରେ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ରହିଛନ୍ତି । ଚାକିରି ପାଇଁ ଏମାନେ ଅନାଇ ବସିଛନ୍ତି । ସରକାର ନିଯୁକ୍ତି ଦେବା ନେଇ ଘୋଷଣା କରୁଛନ୍ତି । ହେଲେ ପ୍ରତିଶ୍ରୁତି ହିସାବରେ ଚାକିରି ମିଳୁନାହିଁ ।

ବଢୁଛି ବେକାରୀ

ଏପ୍ରିଲ୧ - ୭.୮୩
ମେ’ ୧ - ୭.୧୪
ଜୁନ ୧ – ୭.୮୩
ଜୁଲାଇ ୧ – ୬.୮୩
ଅଗଷ୍ଟ ୧- ୮.୨୮
ସେପ୍ଟେମ୍ବର ୧- ୬.୪୩
ଅକ୍ଟୋବର - ୭.୮୬

ମାସ                         ରୁରାଲ୍                          ଅର୍ବାନ୍
ଏପ୍ରିଲ                     ୧ ୭.୧୮                      ୯.୨୨
ମେ'                      ୧ ୬.୬୩                        ୮.୨୪
ଜୁନ                       ୧ ୮.୦୭                       ୭.୩୨
ଜୁଲାଇ                   ୧ ୬.୧୭                       ୮.୨୨
ଅଗଷ୍ଟ                   ୧ ୭.୬୮                       ୯.୫୭
ସେପ୍ଟେମ୍ବର            ୧ ୫.୮୪                         ୭.୭
ଅକ୍ଟୋବର              ୮.୦୧                          ୭.୫୩

ଯାହାକୁ ନେଇ ସରକାର ବାରମ୍ବାର ସମାଲୋଚନାର ଶିକାର ହେଉଛନ୍ତି । ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । କିଛି ଦିନ ତଳେ ଠିକା ନିଯୁକ୍ତି ପ୍ରଥା ହଟାଇ ଦେଇଥିଲେ ରାଜ୍ୟ ସରକାର । ଯାହାକୁ ନେଇ ଠିକା କର୍ମଚାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ସରକାରଙ୍କ ଘୋଷଣା ପରେ ସେଲିବ୍ରେସନ୍ କରିଥିଲେ ସେମାନେ । ସରକାରୀ ଚାକିରି ପ୍ରତି ଯୁବପିଢିଙ୍କ ଅହେତୁକ ଆଗ୍ରହ ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା । ଏହାରି ଭିତରେ ଆସନ୍ତାକାଲି ମୋଦୀ ସରକାର ସରକାରୀ ଚାକିରି ଦେବା ପାଇଁ ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି । ଭିଡିଓ କନ୍ଫରେନ୍ସରେ ଚାକିରି ପାଉଥିବା ଯୁବକଙ୍କ ସହ ଯୋଡି ହେବେ ମୋଦୀ ।

ଦେଶର ୭୫ଟି ସ୍ଥାନରେ ଏନେଇ କାର୍ଯ୍ୟକ୍ରମ କରାଯିବ । ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଡିହେବେ । ୨୦୧୪ରେ ନିର୍ବାଚନ ସମୟରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ ମୋଦୀ । ତେବେ ତଥ୍ୟ ଅନୁସାରେ ଦେଶରେ ବେକାରୀ ସମସ୍ୟା ବଢିବାରେ ଲାଗିଛି । କମିବାର ନା ନେ ନାହିଁ । ଏହାକୁ ନେଇ ବିରୋଧୀ ବିଜେପି ଓ ମୋଦୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରୁଛନ୍ତି । ଏବେ ଦେଢ ବର୍ଷରେ ୧୦ ଲକ୍ଷ ସରକାରୀ ଚାକିରି ପାଇଁ ମୋଦୀ ସରକାର ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe