ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସିଧା ଜନତା ଓ ସରକାରଙ୍କ ମଧ୍ୟରେ ସମସ୍ୟାକୁ ନେଇ ହେଲା ଆଲୋଚନା 

172

କନକ ବ୍ୟୁରୋ: ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ଜନତା ଓ ସରକାରଙ୍କ ମଧ୍ୟରେ ସମସ୍ୟାକୁ ନେଇ ହେଲା ଆଲୋଚନା । ମୁଖ୍ୟମନ୍ତ୍ରୀ କହିଲେ ଜିଲ୍ଲା ସ୍ତରରେ ବ୍ୟାପକ ହେବ ଶୁଣାଣି । ତୃଣମୂଳ ସ୍ତରରୁ ଜନଶୁଣାଣିର ବ୍ୟବସ୍ଥା ରହିଛି । ସେଥିପ୍ରତି ବ୍ୟବସ୍ଥା କରାଯିବ । ବିଗତ କିଛି ବର୍ଷ ଧରି ସରକାର ଓ ଜନତାଙ୍କ ମଧ୍ୟରେ ଲୌହ ପାଚେରୀ ଥିଲା । ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନଥିଲା । ଏବେ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଲେ ସରକାର । ସାଢ଼େ ଚାରି କୋଟି ଓଡ଼ିଆ ସରକାରଙ୍କ ଉପରେ ଭରଷା କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଆଜି ପ୍ରଥମ ଥର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଜଣେ ପରେ ଜଣେ ଅଭିଯୋଗକାରୀ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ସମସ୍ୟା କଥା କହିଛନ୍ତି । ଦୁଃଖ ଶୁଣି ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝୀ ।