କନକ ବ୍ୟୁରୋ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଅଧିକାର ଯାତ୍ରା-୩ର ଅହୋରାତ୍ର ଧାରଣା ୪୦୦ ଦିନରେ ପହଞ୍ଚିଛି । ଏହି ଅବସରରେ ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସଂଘର ସକ୍ରିୟ ସଦସ୍ୟ ମାନେ ଏକତ୍ରିତ ହୋଇ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ୮୦୦ରୁ ଅଧିକ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ଦେବା ନିମନ୍ତେ ଉଚିତ୍ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ ନହେଲେ ସଂଘର ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ଅଫିସ୍ ଘେରାଉ ସହିତ ଅହୋରାତ୍ର ଧାରଣା ଦେବାକୁ ଜିଲ୍ଲାର ଅଧ୍ୟାପକ କର୍ମଚାରୀମାନେ ବାଧ୍ୟ ହେବେ ବୋଲି କୁହାଯାଇଛି ।