କନକ ବ୍ୟୁରୋ : ପୁଲିସକୁ ଚକମା ଦେଇ କଏଦୀ ଫେରାର । ବରଗଡ଼ କୋର୍ଟରୁ ଜଣେ କଏଦୀ ବିଚାରାଧୀନ ଫେରାର ହୋଇଯାଇଛନ୍ତି । ଫେରାର କଏଦୀ ଜଣକ ବରଗଡ଼ ସଦର ଥାନା ସଂୟା ଗାଁର ବାବାଜୀ ଛୁରିଆ ବୋଲି ଜଣା ପଡିଛି । ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ଜଣା ପଡ଼ିଛି । ଅଭିଯୁକ୍ତକୁ ଆଜି ପୋସ୍କୋ କୋର୍ଟରେ ହାଜର କରାଇବାକୁ ଆଣିଥିଲା ପୁଲିସ ।
ହେଲେ ଜେଲକୁ ନେବାପାଇଁ ଅଭିଯୁକ୍ତକୁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାର ହୋଇଯାଇଛନ୍ତିତ । କଏଦୀକୁ ଧରିବା ପାଇଁ ବରଗଡ଼ ସହରରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଛି । ୫ ବର୍ଷ ଧରି ବରଗଡ଼ ଜେଲରେ ସଜା କଟୁଥିଲା ଅଭିଯୁକ୍ତ ବାବାଜୀ । ଅଭିଯୁକ୍ତ ଫେରାର ହେବା ପରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି ।