ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ଝାରପଡା ଜେଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଅପରାଧିକ ମାମଲାରେ ଥିଲେ ଜେଲରେ

Advertisment
ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ଝାରପଡା ଜେଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଅପରାଧିକ ମାମଲାରେ ଥିଲେ ଜେଲରେ

କନକ ବ୍ୟୁରୋ : ଜେଲ ଭିତରେ କଏଦୀଙ୍କ ମୃତ ଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ । ଭୁବନେଶ୍ୱର ଝାରପଡ଼ା ଜେଲରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ବିଚାରଧୀନ କଏଦୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କଏଦୀ ଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ବିଶ୍ୱାଳ । ଏକ ଅପରାଧୀକ ମାମଲାରେ ଜେଲରେ ଥିଲେ ଜିତେନ୍ଦ୍ର । ଜିତେନ୍ଦ୍ରଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ହତ୍ୟା କି ଆତ୍ମହତ୍ୟା ସେନେଇ ତଦନ୍ତ କରୁଚି ପୋଲିସ । ମୃତ ଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି ।

publive-image

ସୂଚନା ଯୋଗ୍ୟ ଯେ ଜିତେନ୍ଦ୍ର ବିଶ୍ୱାଳ ଗତ କିଛି ଦିନ ହେବ ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। । ସେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ବିଚାରାଧୀନ କଏଦୀ ଭାବେ ଜେଲରେ ରହୁଥିଲେ। ଆଜି ଭୋରରୁ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଜେଲର ଅନ୍ୟ କଏଦୀମାନେ ଦେଖି ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ଜେଲ କର୍ତ୍ତୃପକ୍ଷ ଓ୍ଵାର୍ଡ ଭିତରକୁ ଯାଇ ଶ୍ରୀ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe