କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ ? ଆଜିର ଦିନରେ ଏହାର ଉତ୍ତର ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । ଏ ନେଇ ପ୍ରଧାନମନ୍ତ୍ରୀ ୧୨ ତାରିଖରେ ନିଜ ସମ୍ପତିର ବିବରଣୀ ଦେଇଛନ୍ତି । ଅଧିକାଂଶ ଭାରତୀୟଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ପତ୍ତି ବ୍ୟାଙ୍କରେ ହିଁ ରଖିଛନ୍ତି । ନିଜ ଟଙ୍କାର ବଡ ଅଂଶ ସେ ଟର୍ମ ଡିପୋଜିଟ ଓ ଜମାଖାତାରେ ରଖିଛନ୍ତି ।

Advertisment

ଗତବର୍ଷ ଅପେକ୍ଷା ମୋଦିଙ୍କ ଚଳନ ସମ୍ପତ୍ତିରେ ୨୬ ଦଶମିକ ୨୬ ପ୍ରତିଶତ ବୃଦ୍ଧି ଘଟିଛି । ଏହାର ମୁଖ୍ୟ କାରଣ ହେଉଛି ଦରମା ବୃଦ୍ଧି ଓ ଫିକ୍ସଡ ଡିପୋଜିଟ ମିଳିଥିବା ସୁଧର ପୁଣି ଥରେ ନିବେଶ କରିବା । ଗାନ୍ଧିନଗର ଏସବିଆଇ ଶାଖାରେ ମୋଦିଙ୍କ ଫିକ୍ସିଡ ଡିପୋଜିଟ ଅଛି । ସବୁଠାରୁ ବଡ କଥା ହେଲା ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି କାର ନାହିଁ । ଗାନ୍ଧିନଗରରେ ମୋଦିଙ୍କ ଏକ ଘର ଅଛି, ଏହାର ମାଲିକାନା ସତ୍ୱେ ମୋଦି ଓ ତାଙ୍କ ପରିବାର ନାଁରେ ରହିଛି । ମୋଦିଙ୍କ ସମ୍ପତିରେ ସାମାନ୍ୟ ବୃଦ୍ଧି ଘଟିଛି ।

ଏବେ ଆସନ୍ତୁ ଦେଖିବା ମୋଦିଙ୍କ କେଉଁଠି କେତେ ସମ୍ପତ୍ତି ରହିଛି :-
- ମୋଦିଙ୍କ ପାଖରେ ନଗଦ ରହିଛି ୩୧ ହଜାର ୪୫୦
- ବ୍ୟାଙ୍କରେ ରହିଛି ୩ ଲକ୍ଷ ୩୮ ହଜାର ୧୭୩ ଟଙ୍କା
- ଜାତୀୟ ସଂଚୟ ୮ ଲକ୍ଷ ୪୩ ହଜାର ୧୨୪ ଟଙ୍କା
- ବୀମା ରାଶି ଲକ୍ଷେ ୫୦ ହଜାର ୯୫୭ ଟଙ୍କା
- କୋଡିଏ ହଜାର ଟଙ୍କାର ଟ୍ୟାକ୍ସ ସେଭିଂ ଇନଫ୍ରା ବଣ୍ଡ
- ଏସବିଆଇ ଗାନ୍ଧିନଗରରେ କୋଟିଏ ୬୦ ଲକ୍ଷର ଫିକ୍ସଡ ଡିପୋଜିଟ୍
- କୋଟିଏ ୭୫ ଲକ୍ଷରୁ ଅଳ୍ପ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି
- ମୋଦି କୌଣସି ଋଣ କରିନାହାନ୍ତି , ପାଖରେ କୌଣସି କାର ନାହିଁ
- ଦେଢ ଲକ୍ଷ ଟଙ୍କାର ୪୫ ଗ୍ରାମ ଓଜନ ବିଶିଷ୍ଟ ୪ଟି ହାତମୁଦି
- ମୋଦିଙ୍କ ଗାନ୍ଧିନଗରରେ ଏକ ଘର ରହିଛି

ସେହିଭଳି ଅମିତ ଶାହଙ୍କ ସମ୍ପତିରେ ସାମାନ୍ୟ କମିଛି । ଆସନ୍ତୁ ଏହା ଉପରେ ନଜର ପକାଇବା :- 

- ୨୦୨୦ ଜୁନ ସୁଦ୍ଧା ଶାହଙ୍କର ସମ୍ପତ୍ତି ରହିଛି ୨୮ କୋଟି ୬୩ ଲକ୍ଷ
- ବର୍ଷକ ତଳେ ଏହା ଥିଲା ୩୨ କୋଟି ୩୦ ଲକ୍ଷ
- ଗୁଜରାଟରେ ୧୦ଟି ସ୍ଥାବର ସମ୍ପତ୍ତି
- ଉତ୍ତାଧିକାରୀ ସୁତ୍ରରେ ପାଇଥିବା ସମ୍ପତ୍ତି-୧୩ କୋଟି ୫୬ ଲକ୍ଷ
- ଅମିତଙ୍କ ପାଖରେ ନଗଦ ୧୫ ହଜାର ୮୧୪ ଟଙ୍କା
- ବ୍ୟାଙ୍କରେ କୋଟିଏ ୪ ଲକ୍ଷ ଟଙ୍କା
- ଅବଧି ଜମା ୨ କୋଟି ୭୯ ଲକ୍ଷ
- ଅଳଙ୍କାରର ମୂଲ୍ୟ ୪୪ ଲକ୍ଷ ୪୭ ହଜାର