କନକ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦିନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ କଥା ହେବେ । କରୋନା କଟକଣା କାରଣରୁ କେବଳ ଦିଲ୍ଲୀ ଏନ୍ସିଆର, ଉତରପ୍ରଦେଶ ଓ ହରିୟାଣାର ଏକ ହଜାର ଛାତ୍ରଛାତ୍ରୀଙ୍କୁ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗ ନେବେ ।

Advertisment

ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ସମସ୍ତ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ କାର୍ଯ୍ୟକ୍ରମ ଦେଖିପାରିବେ । ବିଦେଶରୁ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଭର୍ଚୁଆଲ ମାଧ୍ୟମରେ ଯୋଡିହେବେ । କାର୍ଯ୍ୟକ୍ରମରେ ଓଡ଼ିଶାରୁ ୨୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଖାପାଖି ୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୨ ଶହ ୨୩ ଜଣ ଅଭିଭାବକ ଯୋଗଦେବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷାରୁ ଚାପମୁକ୍ତ ହେବେ ଓ ସଫଳତା ପାଇବେ ସେନେଇ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ।