କନକ ବ୍ୟୁରୋ: ଆଉ ଦେଖାଯିବନି ଟ୍ରାଫିକ ସମସ୍ୟା । ନା ହେବ ରୋଡ ଜାମ । ମଙ୍ଗଳବାର ୩୪୦ କିଲୋମିଟର ଲମ୍ବା ଏକ୍ସପ୍ରେସ ୱେ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଉତରପ୍ରଦେଶ ରାଜଧାନୀ ଲଖ୍ନୌ ଠାରୁ ଗାଜିପୁର କୁ ସଂଯୋଗ କରିବ ପୁର୍ବାଂଚଳ ଏକସପ୍ରେସ ୱେ । ମଙ୍ଗଳବାର ଦେଶବାସୀଙ୍କ ଉଦେଶ୍ୟରେ ଏହି ରାଜପଥକୁ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

Advertisment

ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବାୟୁସେନାର ଏୟାର ଶୋ । ଯେଉଁଠି ସୁକୋଇ, ମିରାଜ ଭଳି ଲଢୁଆ ବିମାନର କମାଲ ଦେଖିବାକୁ ମିଳିବ । ଆଉ ଏହି ସବୁ ବିମାନର ଏକ୍ସପ୍ରେସ୍ ୱେରେ କରିବେ ଅବତରଣ । ତେବେ ଏହି ଏକ୍ସପ୍ରେସ୍ ୱେ ଦ୍ୱାରା ୩୪୦ କିମି ରାସ୍ତାକୁ ମାତ୍ର ୬ ଘଂଟାରେ ଅତିକ୍ରମ କରିହେବ । ଲଖ୍ନୌରୁ ଆରମ୍ଭ ହୋଇ ବାରାବଂକି, ଫୈ÷ଜାବାଦ, ଅମ୍ବେଦଫରନଗର, ଆମେଠି, ସୁଲତାନପୁର, ଆଜମଗଡ, ମଉଁ ହେଇ ଗାଜିପୁରରେ ପହଂଚାଇବ ଏହି ଏକସପ୍ରେସ ୱେ ।

ଉତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରକୁ ଆସିବା ପରେ ପୁର୍ବାଂଚଳର ଏକ ବଡ ବିକାଶପଥର ଉଦଘାଟନ କରିବେ ମୋଦୀ । ୨୨ ହଜାର ୪୯୪ କୋଟି ଟଙ୍କା ବ୍ୟୟରେ ଏହି ଲମ୍ବା ରାସ୍ତା ପ୍ରସ୍ତୁତ କରାଯାଇଛି । ତେବେ ସୂଚନା ମିଳିଛି ଯେ, ନିର୍ବାଚନ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ୱେରେ କୌଣସି ଟୋଲ ଗେଟ୍ ରଖାଯିବ ନାହିଁ । ଯାହାକୁ ନେଇ ଅନେକ ରାଜନୈତିକ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।