କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟର ମୁଖ୍ୟଙ୍କ ସହ କରିବେ ଚର୍ଚ୍ଚା

218

କନକ ବ୍ୟୁରୋ : ଦେଶର କରୋନା ସ୍ଥିତି ନେଇ ଆଜି ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟର ମୁଖ୍ୟଙ୍କ ସହ ଚର୍ଚ୍ଚା କରିବେ ମୋଦି । ଗତକାଲି ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ସ୍ଥିତି ସୁଧୁରୁଥିବାର ମିଳୁଛି ସଙ୍କେତ । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶ ଏହି କରୋନା ଲଢେଇରେ ମିଳିମିଶି କାମ କରୁଥିବା ଯୋଗୁଁ ଏହା ଏକ ଉଦାହରଣ ପାଲଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କରୋନା ମୃତ୍ୟୁ ସଂଖ୍ୟାରେ ସର୍ବନିମ୍ନ ଥିବା ଦେଶ ଗୁଡିକ ମଧ୍ୟରେ ଭାରତ ରହିଛି । ଦୁଇ ଦିନ ଧରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।