କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ । ଦୁଇ ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କେରଳ, ତାମିଲନାଡୁ ଓ ଲାକ୍ଷା ଦ୍ୱୀପ ଗସ୍ତ କରି ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଦିଲ୍ଲୀରୁ ତାମିଲନାଡୁ ପହଞ୍ଚିବେ ପ୍ରଧାମନ୍ତ୍ରୀ । ସେଠାରେ ଭାରତୀଦର୍ଶନ ୟୁନିର୍ଭସିଟିର କାର୍ଯ୍ୟକ୍ରମରେ ସାମିଲ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମ୍ବୋଧିତ କରିବେ । ଏହାପରେ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୧ଶହ କୋଟି ଟଙ୍କା ବ୍ୟୟରେ ନର୍ମିତ ଟର୍ମିନାଲକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।

Advertisment

ଏହାଛଡା ଏକାଧିକ ରେଳ ପ୍ରକଳ୍ପର ଓ ସଡକ ପ୍ରକଳ୍ପର ଶୁଭାରମ୍ଭ କରିବେ । କାମରାଜରା ବନ୍ଦରର ଜେନେରାଲ କାର୍ଗୋ ବର୍ଥର ଶିଳାନ୍ୟାସ କରିବେ । ତାମିଲନାଡୁରୁ ଲାକ୍ଷାଦୀପ ଯିବେ, ସେଠାରେ ୧୧୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କୋଚି-ଲାକ୍ଷାଦ୍ୱୀପ ଇସଲାଣ୍ଡ ସବମେରାଇନ ଅପଟିକାଲ ଫାଇବର ପ୍ରକଳ୍ପର ଶୁଭାରମ କରିବେ ନରେନ୍ଦ୍ର ମୋଦୀ । କାଦମତ ଠାରେ ଲୋ ଟେମ୍ପରେଚର ଥର୍ମାଲ ଡେଷ୍ଟିଲେସନ ପ୍ରକଳ୍ପ ଉଦଘାଟନ କରିବେ । ଯାହା ପ୍ରତିଦିନ ଦେଢ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇବ । ଏହାପରେ ଜାନୁୟାରୀ ୩ ତାରିଖରେ କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।