କନକ ବ୍ୟୁରୋ : ଆସନ୍ତାକଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ । ଏହା ପରେ ପୁରୀରେ ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକ କିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ ।
ସେହିଭଳି ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଓଡ଼ିଶା ଆସିବେ । ରେଢାଖୋଲ, ଖୋର୍ଦ୍ଧା ଓ କେନ୍ଦୁଝର ପାଟଣାରେ ଜନସଭା କରିବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କୁଚିଣ୍ଡାରେ ମଧ୍ୟ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୧ ତାରିଖରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ସମ୍ବଲପୁର, କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ରେ ଜନସଭା କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/05/24-19.jpg)