ଦୁର୍ଘଟଣାସ୍ଥଳ ବୁଲିଦେଖିଲେ ପ୍ରଧାନମନ୍ତ୍ରୀ। କିଛି ସମୟ ପରେ ବାଲେଶ୍ୱର ହସପିଟାଲ ଯାଇ ଆହତଙ୍କୁ ଭେଟିବେ ମୋଦୀ

ଦୁର୍ଘଟଣାସ୍ଥଳ ବୁଲିଦେଖିଲେ ପ୍ରଧାନମନ୍ତ୍ରୀ। କିଛି ସମୟ ପରେ ବାଲେଶ୍ୱର ହସପିଟାଲ ଯାଇ ଆହତଙ୍କୁ ଭେଟିବେ ମୋଦୀ

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବଗତ କରାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମେଡିକାଲ ଅଭିମୁଖେ ଯାଉଛନ୍ତି । ସେଠାରେ ସେ ଆହତଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପରେ କଟକ ଆସି ସେଠାରେ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଜାରିରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe